ଭୁବନେଶ୍ବର : ଅନ୍ତର୍ଜାତୀୟ ସ୍କୁଲ୍ କ୍ରୀଡ଼ା ମହାସଂଘ (ଆଇଏସ୍ଏଫ୍) ଆନୁକୂଲ୍ୟରେ ଚଳିତ ମାସ ୧୯ରୁ ୨୭ ତାରିଖ ପର୍ଯ୍ୟନ୍ତ ବ୍ରାଜିଲର ଫୋଜ ଡୁ ଇଗୁଆକୁରେ ଆୟୋଜିତ ହେବ ୧୮ ବର୍ଷରୁ କମ୍ (ବାଳକ ଓ ବାଳିକା) ବିଶ୍ବ ସ୍କୁଲ୍ ଭଲିବଲ୍ ପ୍ରତିଯୋଗିତା। ଏହି ପ୍ରତିଯୋଗିତାରେ ଭାଗ ନେବାକୁ କିସ୍ ସ୍କୁଲ୍ ଭଲିବଲ୍ ଦଳ ମନୋନୀତ ହୋଇଛି। ଭାରତୀୟ ସ୍କୁଲ୍ ଭଲିବଲ୍ ପକ୍ଷରୁ ଏହି ଦଳ ଅଂଶଗ୍ରହଣ କରିବ।
ଓଡ଼ିଶାରୁ ପ୍ରଥମ ଏବଂ ଭାରତରୁ ଏକମାତ୍ର ସ୍କୁଲ୍ ଭାବେ ଏହି ଦଳ ଅଂଶଗ୍ରହଣ କରିବ। କିସ୍ ଦଳ ଏଭଳି ଏକ ସମ୍ମାନଜନକ ପ୍ରତିଯୋଗିତା ଲାଗି ମନୋନୀତ ହୋଇଥିବାରୁ ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଖୁସିବ୍ୟକ୍ତ କରିବା ସହ ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସୂଚନାଯୋଗ୍ୟ ଯେ ସଂପ୍ରତି ଭାରତୀୟ ପ୍ରଶିକ୍ଷଣ ଶିବିରରେ ୧୧ ଜଣ ଓଡ଼ିଆ ଖେଲାଳି ସ୍ଥାନ ପାଇବା ମଧ୍ୟ ଓଡ଼ିଶାରେ ଭଲିବଲ୍ର ବର୍ଦ୍ଧିତ ଲୋକପ୍ରିୟତାକୁ ଦର୍ଶାଉଛି।