ଉପରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ କିସ୍‌ କ୍ରୀଡ଼ା ତାରକା

ଭୁବନେଶ୍ୱର: ଚାରି ଦିନିଆ ଦିଲ୍ଲୀ ଗସ୍ତରେ ଯାଇଥିବା କିଟ୍‌ ଓ କିସ୍‌ର ୪୦ ଅନ୍ତର୍ଜାତୀୟ ଖେଳାଳି ରବିବାର ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଉପରାଷ୍ଟ୍ରପତି ଭାବେ ଶ୍ରୀ ନାଇଡୁ ଏକ ବର୍ଷ ପୂରଣ କରିଥିବା ବେଳେ ଏଥିପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇବା ଉଦ୍ଦେଶ୍ୟରେ ସେମାନେ ଏହି ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଏମାନଙ୍କ ମଧ୍ୟରେ ୨୦୧୮ ଏସୀୟ କ୍ରୀଡ଼ା ପାଇଁ ମନୋନୀତ ଜଉନା ମୁର୍ମୁ, ପୂର୍ଣ୍ଣିମା ହେମ୍ବ୍ରମ୍‌, ଦୂତି ଚାନ୍ଦ ଓ ଋତୁପର୍ଣ୍ଣା ପଣ୍ଡାଙ୍କୁ ଶ୍ରୀ ନାଇଡୁ ଅଭିନନ୍ଦନ ଜଣାଇବା ସହ ସଫଳତା କାମନା କରିଥିଲେ। ଉପରାଷ୍ଟ୍ରପତିଙ୍କ ସହ କିସ୍‌ ଛାତ୍ରଛାତ୍ରୀମାନେ ଏକାଠି ଜଳଖିଆ ଖାଇଥିଲେ। ଏହି ଅବସରରେ କିଟ୍‌-କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ସମେତ ବହୁ ପଦାଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର