କିଟ୍‌ ରଗ୍‌ବି ଓ ଟେନିସ ଦଳର ବିଜୟ ଅଭିଯାନ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବିଭିନ୍ନ ସହରରେ ଚାଲିଥିବା ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାର ରଗ୍‌ବିରେ କିଟ୍‌ର ଉଭୟ ପୁରୁଷ ଓ ମହିଳା ଦଳ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ସେହଭଳି କିଟ୍‌ ପୁରୁଷ ଟେନିସ ଦଳ ମଧ୍ୟ ବିଜୟରୁ ତାର ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌସ୍ଥିତ ଗୁରୁ ଗୋବିନ୍ଦ ସିଂହ ସ୍ପୋର୍ଟ୍ସ କଲେଜଠାରେ ‌ଖେଳାଯାଇଥିବା ପୁରୁଷ ୭ ଇଭେଣ୍ଟ୍‌ରେ ୟୁନିଭରସିଟି ଅଫ୍‌ ମୁମ୍ବାଇ ବିପକ୍ଷ ପ୍ରଥମ ମ୍ୟାଚ୍‌କୁ କିଟ୍‌ ୩୧-୦ରେ ଜିତିନେଇଥିଲା। ଏହାପରେ ଏହି ଦଳ ପଞ୍ଜାବର ଲଭ୍‌ଲି ପ୍ରଫେସନାଲ ବିଶ୍ବବିଦ୍ୟାଳୟକୁ ୨୮-୧୨ରେ ମାତ୍‌ ଦେଇଥିଲା। ସେହିଭଳି ମହିଳା ଦଳ ଅମୃତସରର ଗୁରୁ ନାନକ ଦେବ ବିଶ୍ବବିଦ୍ୟାଳୟକୁ ୫୧-୨ ଏବଂ ମୋହାଲିର ଚଣ୍ଡିଗଡ଼ ବିଶ୍ବବିଦ୍ୟାଳୟକୁ ୫୧-୦ରେ ପରାସ୍ତ କରିଥିଲା। ଗୁରୁବାର ଶେଷ ଲିଗ୍‌ ମ୍ୟାଚ୍‌ରେ କିଟ୍‌ ପୁରୁଷ ଓ ମହିଳା ଦଳ କୋହ୍ଲାପୁରର ଶିବାଜୀ ବିଶ୍ବବିଦ୍ୟାଳୟକୁ ଭେଟିବ। କିଟ୍‌ ପୁରୁଷ ଟେନିସ ଦଳ ୨-୧ରେ କୁରୁକ୍ଷେତ୍ର ବିଶ୍ବବିଦ୍ୟାଳୟକୁ ମାତ୍‌ ଦେଇଥିଲା। ଉଭୟ ଦଳ ଗୋଟିଏ ‌ଲେଖାଏଁ ଏକକ ମ୍ୟାଚ୍‌ ଜିତିଥିଲେ। ହେଲେ ଯୁଗଳରେ କିଟ୍‌ ଜିତି ମ୍ୟାଚ୍‌ ନିଜ ପକ୍ଷ‌ରେ ରଖିଥିଲା।

ସମ୍ବନ୍ଧିତ ଖବର