ଭୁବନେଶ୍ବର: କିଟ୍ କ୍ରିକେଟ୍ ଷ୍ଟାଡିୟମ ପୁଣି ଥରେ ସିକିମ୍ କ୍ରିକେଟ୍ ସଂଘର ଘରୋଇ ପଡ଼ିଆ ହେବ। ଏନେଇ ଶନିବାର ଦୁଇ ସଂସ୍ଥା ମଧ୍ୟରେ ଚୁକ୍ତି ସ୍ବାକ୍ଷର ହୋଇଛି। କିଟ୍ ପକ୍ଷରୁ ଏହାର କ୍ରୀଡ଼ା ନିର୍ଦେଶକ ଡକ୍ଟର ଗଗନେନ୍ଦୁ ଦାଶ ଏବଂ ସିକିମ୍ କ୍ରିକେଟ୍ ସଂଘ ସଭାପତି ଲୋବଜାଙ୍ଗ ଜି ତେଞ୍ଜିଙ୍ଗ୍ ଓ ସମ୍ପାଦକ ସୋନମ ପାଲ୍ଡେନ୍ ଭୂତିଆ ଏହି ଚୁକ୍ତିରେ ସ୍ବାକ୍ଷର କରିଥିଲେ। ବିସିସିଆଇର ନିର୍ଦେଶକ୍ରମେ ଗତବର୍ଷ ସିକିମ୍ କିଟ୍ ପଡ଼ିଆରେ ନିଜ ଘରୋଇ ମ୍ୟାଚ୍ ଖେଳିଥିଲା। ଚଳିତ ବର୍ଷ ହୋଇଥିବା ଏହି ଚୁକ୍ତି ଅନୁସାରେ ସିକିମର ଉଭୟ ମହିଳା ଓ ପୁରୁଷ ଦଳ କିଟ୍ ପଡ଼ିଆ ସହ ବିକାଶ ଏବଂ ଡ୍ରିମ୍ସ ପଡ଼ିଆକୁ ମଧ୍ୟ ବ୍ୟବହାର କରିବ।
Advertisment

Sambad is now on WhatsApp
Join and get latest news updates delivered to you via WhatsApp