ଭୁବନେଶ୍ୱର: କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ଚାଲିଥିବା ଜାତୀୟ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ମହୋତ୍ସବରେ ଓଡ଼ିଶା ବିଶ୍ୱବିଦ୍ୟାଳୟ ଗୁଡ଼ିକ ପୂର୍ବାଞ୍ଚଳ ପ୍ରତିଯୋଗିତାରେ ପ୍ରାଧାନ୍ୟ ବିସ୍ତାର କରିଛନ୍ତି। ପୂର୍ବରୁ ଲନ୍ ଟେନିସ୍ରେ କିଟ୍ ସର୍ବଭାରତୀୟ ଯୋଗ୍ୟତା ଅର୍ଜନ କରି ନେଇଥିବାବେଳେ ବାସ୍କେଟ୍ବଲ୍ରେ କିଟ୍, ଉତ୍କଳ ଏବଂ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଶୀର୍ଷ ୪ରେ ରହି ଅନୁରୂପ ସଫଳତା ପାଇଛନ୍ତି। ମଙ୍ଗଳବାର କିଟ୍ ୯୨-୭୬ରେ ଭିବିଏସ୍ ପୂର୍ବାଞ୍ଚଳକୁ, ବ୍ରହ୍ମପୁର ୬୯-୫୭ରେ କୋଲ୍କାତାକୁ ପରାସ୍ତ କରିଥିଲା। ଲନ୍ ଟେନିସ୍ରେ କିଟ୍ ୩-୦ରେ ବନାରସକୁ ପରାସ୍ତ କରି ଅପରାଜିତ ରହିଥିଲା। ଭଲିବଲ୍ରେ କିଟ୍, ଉତ୍କଳ ସହିତ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଶୀର୍ଷ ୪ ଭିତରେ ପ୍ରବେଶ କରି ସର୍ବଭାରତୀୟ ଯୋଗ୍ୟତା ଅର୍ଜନ କରି ନେଇଛନ୍ତି। ମଙ୍ଗଳବାର କିଟ୍ ୩-୦ରେ ବିଦ୍ୟାସାଗରକୁ, ଉତ୍ତର ଓଡ଼ିଶା ୩-୨ରେ ଏମ୍ଜି କାଶୀ ବିଦ୍ୟାପୀଠକୁ ଏବଂ ଉତ୍କଳ ୩-୧ରେ ଭିବିଏସ୍ ପୂର୍ବାଞ୍ଚଳକୁ ପରାସ୍ତ କରିଥିଲା। ବ୍ୟାଡ୍ମିଣ୍ଟନ୍ରେ ଓଡ଼ିଶା ବିଶ୍ୱବିଦ୍ୟାଳୟକୁ ନିରାଶା ମିଳିଥିବାବେଳେ ଯୋଗାର ଫଳାଫଳ ବୁଧବାର ଶେଷ ଦିନରେ ପ୍ରକାଶିତ ହେବ।
କିଟ୍, ଉତ୍କଳ, ବ୍ରହ୍ମପୁର, ଉତ୍ତର ଓଡ଼ିଶା ଅଗ୍ରସର
ଜାତୀୟ ବିଶ୍ୱବିଦ୍ୟାଳୟ କ୍ରୀଡ଼ା
/sambad/media/post_attachments/wp-content/uploads/2017/10/kitt.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)