ଭୁବନେଶ୍ବର : କ୍ରିକେଟ୍ ଆସୋସିଏସନ୍ ଅଫ୍ ଭୁବନେଶ୍ବର (ସିଏବି) ପକ୍ଷରୁ ଚାଲିଥିବା ସ୍ବର୍ଗତ କେକେ ମହାନ୍ତି ସ୍ମାରକୀ ଟ୍ବେଣ୍ଟି-୨୦ କ୍ରିକେଟ୍ ପ୍ରତିଯୋଗିତାର ସେମିଫାଇନାଲ୍ ଲାଇନ୍ଅଫ୍ ଚୂଡାନ୍ତ ହୋଇଛି। କିଟ୍ କ୍ରିକେଟ୍ ଷ୍ଟାଡିୟମ୍ରେ ଏହି ପ୍ରତିଯୋଗିତାରେ ପ୍ରଗତି ସ୍ପୋର୍ଟିଂ, ପାରାମାଉଣ୍ଟ ସ୍ପୋର୍ଟିଂ, ରାମେଶ୍ବର ସ୍ପୋର୍ଟିଂ ଏବଂ ଟାଉନ୍ କ୍ଲବ୍ ନିଜ ନିଜର କ୍ବାର୍ଟର ଫାଇନାଲ୍ ମୁକାବିଲା ଜିତି ସେମିଫାଇନାଲ୍ରେ ପହଞ୍ଚି ଯାଇଛନ୍ତି। ଶୁକ୍ରବାର କ୍ବାର୍ଟର ଫାଇନାଲ୍ରେ ପ୍ରଗତି ୪୨ ରନ୍ରେ ଜାଗୃତିକୁ, ରାମେଶ୍ବର ୮ ୱିକେଟ୍ରେ ଏମ୍ସିସିକୁ, ପାରାମାଉଣ୍ଟ ୯ ୱିକେଟ୍ରେ ଫ୍ରେଣ୍ଡ୍ସ କ୍ଲବ୍କୁ ଏବଂ ଟାଉନ କ୍ଲବ୍ ୨୭ ରନ୍ରେ ବିବିସିଏକୁ ପରାସ୍ତ କରିଥିଲା। ପ୍ରଥମ ମ୍ୟାଚ୍ରେ ପ୍ରଗତି ଅଲ୍ରାଉଣ୍ଡର ଟୁକୁନା ସାହୁ (୨୬ ରନ୍, ୨ ୱିକେଟ୍), ଦ୍ବିତୀୟ ମ୍ୟାଚ୍ରେ ରାମେଶ୍ବରର ରାଜେଶ ମହାନ୍ତି (୫ ୱିକେଟ୍). ତୃତୀୟ ମ୍ୟାଚ୍ରେ ପାରାମାଉଣ୍ଟର ରୀତେଶ ପ୍ରିୟରଞ୍ଜନ (୪ ୱିକେଟ୍) ଏବଂ ଚତୁର୍ଥ ମ୍ୟାଚ୍ରେ ଟାଉନ କ୍ଲବ୍ର ସୁଜନ ଦାସ (୫ ୱିକେଟ୍) ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଆସନ୍ତାକାଲି ପ୍ରଥମ ସେମିଫାଇନାଲ୍ରେ ପ୍ରଗତି-ପାରାମାଉଣ୍ଟ ଏବଂ ଦ୍ବିତୀୟ ସେମିଫାଇନାଲ୍ରେ ରାମେଶ୍ବର-ଟାଉନ୍ କ୍ଲବ୍ ମୁହାଁମୁହିଁ ହେବେ।
କେକେ ସ୍ମାରକୀ କପ୍ ଟ୍ବେଣ୍ଟି-୨୦ କ୍ରିକେଟ୍: ପ୍ରଗତି-ପାରାମଉଣ୍ଟ, ରାମେଶ୍ବର-ଟାଉନ୍ କ୍ଲବ୍ ସେମିଫାଇନାଲ୍ ଆଜି
/sambad/media/post_attachments/wp-content/uploads/2022/01/cricket.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)