ନୂଆଦିଲ୍ଲୀ: କୋଲକାତା ନାଇଟ ରାଇଡର (କେକେଆର)କୁ ନୂଆ ମୁଖ୍ୟ କୋଚ୍ ମିଳିଯାଇଛି । ଆଇପିଏଲରେ ଦୁଇଥର ଚମ୍ପିଆନ ହୋଇଥିବା ଏହି ଟିମ୍ର କୋଚ ନ୍ୟୁଜଲାଣ୍ଡ ପୂର୍ବ କ୍ୟାପଟେନ୍ ବ୍ରେଡେନ ମ୍ୟାକୁଲମ ସମ୍ଭାଳିବେ । କୋଲକାତା ଦଳ ଗୁରୁବାର ମ୍ୟାକୁଲମଙ୍କୁ ମୁଖ୍ୟ କୋଚ କରାଯିବା ନେଇ ଘୋଷଣା କରିଛି । ମ୍ୟାକୁଲମ କେକେଆର୍ର ପଞ୍ଚମ ମୁଖ୍ୟ କୋଚ୍ ହେବେ । ୩୭ ବର୍ଷିୟ ମ୍ୟାକୁଲମ୍ ଆଇପିଏଲର ପ୍ରଥମ ଭାଗ କୋଲକାତା ପକ୍ଷରୁ ଖେଲିଥିଲେ । ସେ ତାଙ୍କ ପ୍ରଥମ ମ୍ୟାଚରେ ଆଇପିଏଲ (୨୦୦୮) ସଂସ୍କରଣରେ ରୋୟାଲ ଚ୍ୟାଲେଞ୍ଜ ବେଙ୍ଗାଲୁରୁ ବିପକ୍ଷରେ ୧୫୮* ରନ୍ କରିଥିଲେ ।
ମୁଖ୍ୟ କୋଚ ଭାବେ ଚୟନ ହେବା ପରେ ମ୍ୟାକୁଲମ କହିଛନ୍ତି ଏହି କର୍ଯ୍ୟାକୁ ସୁଚାର ରୂପେ କରିବା ମୋ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ । କାରଣ କେକେଆର ଆଇପିଏଲ କ୍ରିକେଟରେ ଏକ ମୁଖ୍ୟ ଟିମ୍ ଅଟେ । କୋଲକାତା ନାଇଟ ରାଇଡର ସିଇଓ ଭନିକ୍ କହିଛନ୍ତି ବ୍ରେଡେନ ବହୁତ ସମୟରୁ ଆମ ପରିବାର ସହ ରହିଛନ୍ତି । ସେ ନିଜର ନେତୃତ୍ୱ ଦକ୍ଷତା, ଗୁଣବତା, ଭଲ ମଣିଷ, ଉଚ୍ଚ ଚିନ୍ତାଧାରା ପାଇଁ ଆମ ଟିମ୍ର ମୁଖ୍ୟ କୋଚ୍ ପାଇଁ ଚୟନ ହୋଇଛନ୍ତି ।