କୋଲ୍କାତା: ଆଇପିଏଲ୍ ନିଲାମ ଘୁଞ୍ଚାଇବା ଲାଗି କୋଲ୍କାତା ନାଇଟ୍ ରାଇଡର୍ସ (କେକେଆର୍) ମୁଖ୍ୟ କାର୍ଯ୍ୟନିର୍ବାହୀ ଭେଙ୍କି ମଇଶୁର ପରାମର୍ଶ ଦେଇଛନ୍ତି। ଆଇପିଏଲ୍ ମେଗା ନିଲାମ ଆସନ୍ତା ବର୍ଷ ହେବା ଲାଗି ନିଷ୍ପତି ହୋଇଛି। କିନ୍ତୁ ଅନେକ ଫ୍ରାଞ୍ଚାଇଜ୍ ଏହାକୁ ଆଉ ଗୋଟିଏ ବର୍ଷ ଘୁଞ୍ଚାଇବା ଲାଗି ଇଚ୍ଛା ପ୍ରକାଶ କରିଛନ୍ତି। କାରଣ ୨୦୨୦ ସଂସ୍କରଣ ସେପ୍ଟେମ୍ବର ୧୯ରୁ ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ।
ଏହି ସଂସ୍କରଣ ଶେଷ ହେବାର ମାତ୍ର ୪ ମାସ ବ୍ୟବଧାନରେ ନିଲାମ ହେଲେ ଫ୍ରାଞ୍ଚାଇଜ୍ଗୁଡ଼ିକ ପ୍ରସ୍ତୁତ ହେବାକୁ ସମୟ ମିଳିବନି। ଏସବୁ ଆଲୋଚନା ମୁଁ ଶୁଣିଛି। ନିଲାମ ଆଉ ଗୋଟିଏ ବର୍ଷ ଘୁଞ୍ଚାଇଦେବା ଭଲ ନିଷ୍ପତ୍ତି ହେବ। ଆସନ୍ତା ବର୍ଷ ଆଇପିଏଲ୍ ଏପ୍ରିଲ-ମେ’ରେ ଆୟୋଜିତ ହେବାର ସମ୍ଭାବନା ରହିଛି। ଚଳିତ ସଂସ୍କରଣର ଫାଇନାଲ୍ ମ୍ୟାଚ୍ ଏବଂ ଆସନ୍ତା ବର୍ଷ ଆଇପିଏଲ୍ ମଧ୍ୟରେ ବ୍ୟବଧାନ ବହୁତ କମ୍ ଦିନ ରହିଥିବାରୁ ଏହି ନିଷ୍ପତ୍ତି ଠିକ୍ ହେବ। ଏଥିସହ ସଂପ୍ରତି କରୋନା ଯୋଗୁଁ ପରିସ୍ଥିତି ଭଲ ନାହିଁ ବୋଲି ଭେଙ୍କି କହିଛନ୍ତି। ସୂଚନାଯୋଗ୍ୟ ଯେ ୨୦୧୯ରେ ଶେଷ ଥର ଆଇପିଏଲ୍ର ଖେଳାଳି ନିଲାମ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/05/KKR-to-invest-1.5-billion-Rs-11367-cr-in-Jio-for-2.32-stake.jpg)