କେକେଆର୍‌ ଟେବୁଲ୍‌ରେ ନୂଆ ପିଢ଼ି ମାଲିକ

କୋଲକାତା ନାଇଟ୍ ରାଇଡର୍ସ ଟେବୁଲ୍‌ରେ ଗୁରୁବାର ବଲିଉଡ୍ ଚଳଚ୍ଚିତ୍ର ଜଗତର ଦୁଇ ସଫଳ ଯୋଡ଼ି ତଥା ବ୍ୟାବସାୟିକ ସାଥୀ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନ୍ ଓ ଜୁହି ଚାୱଲାଙ୍କ ଝିଅ ଜାହ୍ନବୀ ମୁଖ୍ୟ ଆକର୍ଷଣ ଥିଲେ। ଆର୍ଯ୍ୟନ୍ ପ୍ରଥମ ଥର ପାଇଁ ଆଇପିଏଲ୍ ନିଲାମରେ ସାମିଲ ହୋଇଥିଲେ। ଅନ୍ୟପକ୍ଷରେ ଜାହ୍ନବୀ ପୂର୍ବରୁ ଏଥିରେ ସାମିଲ ହୋଇଛନ୍ତି। ଉଭୟ ଆଇପିଏଲ୍ ନିଲାମରେ ଯୋଗଦେବାର ଫଟୋ ପ୍ରକାଶ କରି ଜୁହି ଖୁସୀ ଜାହିର କରିଥିଲେ। ଶାହରୁଖ ଓ ଜୁହିଙ୍କ ପତି ଜୟ ‌ମେହଟ୍ଟାଙ୍କ ମିଳିତ ମାଲିକାନାରେ ରହିଛି କୋଲକାତା ନାଇଟ୍ ରାଇଡର୍ସ।

ସମ୍ବନ୍ଧିତ ଖବର