ବେଙ୍ଗାଲୁରୁ : ବେଙ୍ଗାଲୁରୁର ଏମ.ଚିନ୍ନାସ୍ବାମୀ ଷ୍ଟାଡିୟମଠାରେ ଆଜି ଖେଳାଯିବାକୁ ଥିବା ଆଇପିଏଲ ୨୦୨୫ର ୫୮ତମ ମ୍ୟାଚ ବର୍ଷା କାରଣରୁ ରଦ୍ଦ ହୋଇଯାଇଛି ।  ପ୍ରବଳ ବର୍ଷା କାରଣରୁ ଟସ୍ ମଧ୍ୟ ପଡ଼ି ପାରିନଥିଲା । ଏହା ଫଳରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଓ କୋଲକାତା ନାଇଟରାଇଡର୍ସ (କେକେଆର) ପଏଣ୍ଟ ଭାଗ କରିଛନ୍ତି । ଗୋଟିଏ ପଏଣ୍ଟ ପାଇବା ପରେ ମୋଟ ୧୭ ପଏଣ୍ଟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ନିଜ ସ୍ଥାନକୁ ସୁଦୃଢ କରିଛି ଆରସିବି । ଅନ୍ୟପକ୍ଷରେ କେକେଆର ୧୨ ପଏଣ୍ଟ ସହ ପଏଣ୍ଟ ଟେବୁଲର ୬ଷ୍ଠ ସ୍ଥାନରେ ରହିଛି । ଏହା ସହିତ କେକେଆର ପ୍ଲେଅପ୍ ଖେଳିବା ଆଶା ଶେଷ ହୋଇଯାଇଛି ।

Advertisment

ସୂଚନାଯୋଗ୍ୟ ଯେ ପାକିସ୍ତାନ ଉପରେ ଭାରତର ଅପରେସନ ସିନ୍ଦୁରଯୋଗୁଁ ଆଇପିଏଲ ଟୁର୍ଣ୍ଣାମେଣ୍ଟକୁ ପ୍ରାୟ ୧୦ ଦିନ ପାଇଁ ସ୍ଥଗିତ ରଖାଯାଇଥିଲା । ଏହା ପରେ ବିସିସିଆଇ ପକ୍ଷରୁ ଆଇପିଏଲର ଅବଶିଷ୍ଟ ମ୍ୟାଚ ପାଇଁ ନୂଆ ତାରିଖ ଘୋଷଣା କରାଯାଇଥିଲା ।