କେକେଆର୍‌ ଦାବିଦାର ରହିବ:ହର୍ଷ ଭୋଗ୍‌ଲେ

ଏଲିମିନେଟର୍‌କୁ ଆସିଥିବା ଦୁଇ ଦଳ ମଧ୍ୟରୁ ଗୋଟିଏ ଆଗକୁ ଯିବ ଏହାକୁ ସ୍ୱୀକାର କରିବାକୁ ହେବ। ଏହା କିନ୍ତୁ ଖେଳ, କୌଣସି ଯୁଦ୍ଧ ନୁହେଁ। ମୋ ବିଶ୍ୱାସରେ ଉଭୟ କୋଲ୍‌କାତା ନାଇଟ୍‌ ରାଇଡର୍ସ ଏବଂ ରାଜସ୍ଥାନ ରୟାଲ୍‌ସ ଚଳିତ ଆଇପିଏଲ୍‌ରେ ଯେତିକି ପ୍ରଦର୍ଶନ କରିଛନ୍ତି ଗୌରବର କଥା।
କେକେଆର୍‌ ପ୍ରଥମରୁ ବିପଦରେ ଥିଲା କିଛି ବିଦେଶୀ ଖେଳାଳିଙ୍କ ଅସୁସ୍ଥତାକୁ ନେଇ। ମ୍ୟାଚ୍‌ ବିଜେତା ମିଚେଲ୍‌ ଷ୍ଟାର୍କ ସମ୍ପୂର୍ଣ୍ଣ ଅଭିଯାନରେ ସାମିଲ ହୋଇ ପାରିନଥିଲେ। ତଥାପି ଦଳ ଠିକଣା ଦିଗରେ ରହିଥିଲା। ଫ୍ରାଞ୍ଚାଇଜ୍‌ ଭଲ ଅଧିନାୟକଙ୍କୁ ଦାୟିତ୍ୱ ଦେଇଥିଲା। ୩ ବିଦେଶୀ ଖେଳାଳି କ୍ରିସ୍‌ ଲିନ, ସୁନୀଲ ନରିନ୍‌ ଏବଂ ଆନ୍ଦ୍ରେ ରସେଲ୍‌ ଦଳର ଓଜନକୁ ବଢ଼ାଇଥିଲେ ଏବଂ ଅଧିନାୟକ କାର୍ତିକ ତାଙ୍କ ଜୀବନର ଶ୍ରେଷ୍ଠ ଫର୍ମରେ ରହିଛନ୍ତି। ରବିନ୍‌ ଉଥପ୍ପାଙ୍କଠାରୁ ଅଧିକ ବଡ଼ ପାଳିର ଆବଶ୍ୟକତା ରହିଲାଣି, ବୋଲରମାନେ କିନ୍ତୁ ଭଲ କରି ଆସିଛନ୍ତି। ମୋ ବିଶ୍ୱାସରେ କେକେଆର୍‌ ହିଁ ଏହି ମ୍ୟାଚ୍‌ରେ ଦାବିଦାର ରହିବ ଏବଂ ସେମାନେ ଫାଇନାଲ୍‌ ଗଲେ ବି ମୋ ପାଇଁ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ।
ରାଜସ୍ଥାନ ରୟାଲ୍‌ସରେ ଚମତ୍କାର ଏକାଦଶ ରହିଛନ୍ତି, ନିଲାମରେ ସେମାନେ ଭଲ ଚୟନ କରିଥିଲେ। କିନ୍ତୁ ଡର ଥିଲା ଯେ ସେମାନଙ୍କ ନିକଟରେ ଭଲ ବିକଳ୍ପର ଖେଳାଳି ବେଞ୍ଚରେ ବସିନଥିଲେ। ଷ୍ଟିଭେନ୍‌ ସ୍ମିଥ୍‌ଙ୍କ ନିଲମ୍ବନ ଦଳ ପାଇଁ ବଡ଼ ଝଟ୍‌କା ଥିଲା। ସେହିଭଳି ବେନ୍‌ ଷ୍ଟୋକ୍‌ସ, ଅଜିଙ୍କ୍ୟ ରାହାଣେ, ଜୟଦେବ ଉନାଦକତ୍‌, ଡାଏର୍କି ସର୍ଟଙ୍କ ଅସ୍ଥିର ପ୍ରଦର୍ଶନ ଭିତରେ ବଢ଼ିଥିଲା। ଜୋସ୍‌ ବଟ୍‌ଲର୍‌ଙ୍କ ବ୍ୟାଟିଂ ପଦୋନ୍ନତି ଏବଂ ଜୋଫ୍ରା ଆର୍ଚରଙ୍କ ଆଗମନ ହିଁ ରାଜସ୍ଥାନ ଦଳରେ ଜୋସ୍‌ ଭରି ଦେଇଥିଲା। କିନ୍ତୁ ସେମାନଙ୍କ ଶ୍ରେଷ୍ଠ ମ୍ୟାଚ୍‌କୁ ସେମାନେ ବଟ୍‌ଲର୍‌ ଓ ଷ୍ଟୋକ୍‌ସଙ୍କ ବିନା ଖେଳିଥିଲେ। ସେନ୍‌ ଓ୍ଵର୍ନଙ୍କ ଦିଗଦର୍ଶନରେ ଥିବା ଏହି ଦଳ ଆର୍‌ସିବିକୁ ବିଦାୟ ରାସ୍ତା ଦେଖାଇ ଦେଇଥିଲା। ଶ୍ରେୟସ ଗୋପାଳ ଏବଂ କ୍ରିଷ୍ଣାପ୍ପା ଗୌତମଙ୍କ ହୃଦୟସ୍ପର୍ଶୀ ପ୍ରଦର୍ଶନ ବଳରେ ରାଜସ୍ଥାନ ମଧ୍ୟ କେକେଆର୍‌ ଭଳି ନିଜ ଉତ୍ସର ଶ୍ରେଷ୍ଠ ଉପଯୋଗ କରିପାରିଥିଲା। ବୁଧବାର ମ୍ୟାଚ୍‌ରେ କିନ୍ତୁ ୬୦,୦୦୦ ଦର୍ଶକଙ୍କ ସମ୍ମୁଖରେ କେକେଆର୍‌ ଫାଇଦାରେ ରହିବ। ଦଳ ପାଇଁ ଏହା ନକ୍‌ ଆଉଟ୍‌ ମ୍ୟାଚ୍‌ରେ ଅତିରିକ୍ତ ମସଲା ଯୋଡ଼ିବା ଭଳି ହେବ। (ଟିସିଏମ୍‌)

ସମ୍ବନ୍ଧିତ ଖବର