ଆଇପିଏଲ୍‌-୨୦୨୧: ପଞ୍ଜାବକୁ ୫ ୱିକେଟରେ ପରାସ୍ତ କଲା କୋଲକାତା

ନୂଆଦିଲ୍ଲୀ: ଅହମ୍ମଦାବାଦ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଚାଲିଥିବା (ଆଇପିଏଲ୍‌-୨୦୨୧)ର ୨୧ତମ ମ୍ୟାଚରେ ପଞ୍ଜାବକୁ ୫ ୱିକେଟରେ ପରାସ୍ତ କରିଛି କୋଲକାତା । କୋଲକାତା ଦ୍ବିତୀୟ ପାଳିରେ ୧୨୪ ରନ୍‌ର ଲକ୍ଷ୍ୟକୁ ପିଛା କରି ୧୬.୪ ଓଭରରେ ୫ ୱିକେଟ ହରାଇ ୧୨୬ ରନ୍‌ କରି ବିଜୟ ହାସଲ କରିଛି । କୋଲକାତା ପକ୍ଷରୁ ରାହୁଲ ତ୍ରିପାଠୀ ୪୧ ରନ୍‌ କରିଥିବା ବେଳେ ଆଣ୍ଡ୍ରେ ରସେଲ ୧୦ ରନ୍‌ କରି ରନ୍‌ ଆଉଟ ହୋଇଥିଲେ । କିନ୍ତୁ କ୍ୟାପଟେନ୍‌ ଇଏନ୍ ମୋର୍ଗାନ୍ ଅପରାଜିତ ୪୦ ବଲ୍‌ରେ ୪୭ ରନ୍‌ କରି ଦଳକୁ ବିଜୟ ଦେଇଥିଲେ । ଫଳରେ କୋଲକାତା ଲଗାତାର ୪ର୍ଥ ପରାଜୟ ପରେ ଏହି ବିଜୟ ସହ ୪ ଅଙ୍କ ସଂଗ୍ରହ କରି ଟେବୁଲ ତାଲିକାରେ ୫ମ ସ୍ଥାନରେ ରହିଛି ।

ଅନ୍ୟପଟେ ପଞ୍ଜାବ ପକ୍ଷରୁ ମୋଇସ୍ ହେନ୍ରିକ୍ସ, ମହମ୍ମଦ ଶାମି, ଦୀପକ ହୁଡା, ଅର୍ଶଦୀପ ସିଂ ୧-୧ ୱିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର