ଆବୁଧାବି : ଆବୁଧାବିର ଶେଖି ଜାୟେଦ୍ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ-୨୦୨୧ର ୩୧ତମ ମ୍ୟାଚରେ କୋଲକତା ବାଙ୍ଗାଲୋରକୁ ୯ ଓ୍ବିକେଟରେ ପରାସ୍ତ କରିଛି । ବାଙ୍ଗାଲୋର ଦ୍ବାରା ରଖାଯାଇଥିବା ୯୩ରନର ବିଜୟ ଲକ୍ଷ୍ୟକୁ କୋଲକାତା ୧୦ମ ଓଭରରେ ଗୋଟିଏ ମାତ୍ର ଓ୍ବିକେଟ ହରାଇ ହାସଲ କରିନେଇଥିଲା । ଦଳ ପକ୍ଷରୁ ଶୁଭମନ ଗିଲ୍ ୪୮, ଭେଙ୍କଟେଶ ଆୟାର ୪୧ ରନ କରିଥିଲେ ।

Advertisment

ଟସ ଜିତି ପ୍ରଥମେ ବ୍ୟାଟି କରିଥିବା ବିରାଟଙ୍କ ଦଳ ପ୍ରଥମରୁ ହିଁ ଅଧିନାୟକ ବିରାଟ କୋହଲିଙ୍କୁ ହରାଇ ବିପଦର ସମ୍ମୁଖୀନ ହୋଇଥିଲା । ତେବେ ଦେବୀଦତ୍ତ ପଲ୍ଲିକଲ ଓ ଶ୍ରୀକର ଭାରତ ସତର୍କତାର ସହ ବ୍ୟାଟିଂ କରି ଦଳୀୟ  ସ୍କୋରକୁ ଆଗେଇ ନେଇଥିଲେ । କିନ୍ତୁ ଦଳର ମଧ୍ୟକ୍ରମ ଓ ନିମ୍ନ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନମାନେ ବିଫଳ ହେବା ପରେ ଦଳ ୧୯ ଓଭରରେ ମାତ୍ର ୯୨ ରନ କରି ଅଲଆଉଟ ହୋଇଯାଇଥିଲା । ଦଳର ୭ ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁପାରି ନଥିଲେ । କୋଲକତା ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ଓ ଆନ୍ଦ୍ରେ ରସେଲ ୩ଟି ଲେଖାଏଁ ଓ ଫର୍ଗୁସନ ୨ଟି ଓ୍ବିକେଟ ନେଇଥିଲେ ।