ଆଇପିଏଲ ଫାଇନାଲ : ଟସ ଜିତି ବୋଲିଂ ନିଷ୍ପତ୍ତି ନେଲା କୋଲକାତା

ଦୁବାଇ : ଆଜି ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମଠାରେ ଆଇପିଏଲ-୨୦୨୧ର ଫାଇନାଲ ମ୍ୟାଚ ୩ ଥରର ବିଜେତା ଚେନ୍ନାଇ ସୁପରକିଙ୍ଗସ ଓ କୋଲକାତା ନାଇଟରାଇଡର୍ସ ମଧ୍ୟରେ ଖେଳାଯାଉଛି । ଆଜି ମ୍ୟାଚ ହିଁ ଚାମ୍ପିଅନ ନିର୍ଦ୍ଧାରଣ କରିବ । ଏହି ମ୍ୟାଚରେ କୋଲକତା ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ।

ଆଜିର ମ୍ୟାଚ ପାଇଁ କୋଲକାତା ଦଳରେ କୌଣସି ପରିବର୍ତ୍ତନ ହୋଇନାହିଁ ବୋଲି ଅଧିନାୟକ ଇଅନ ମୋର୍ଗାନ ସୂଚନା ଦେଇଛନ୍ତି ।

ଆଇପିଏଲରେ ଚେନ୍ନାଇ ଓ କୋଲକାତା ମଧ୍ୟରେ ମୋଟ ୨୪ଟି ମ୍ୟାଚ ଖେଳାଯାଇଛି । ରେକର୍ଡ ଚେନ୍ନାଇ ସପକ୍ଷରେ ଅଛି କାରଣ ଏହି ୨୪ଟି ମ୍ୟାଚରୁ ଚେନ୍ନାଇ୧୬ଟିରେ ବିଜୟ ହାସଲ କରିଛି । କିନ୍ତୁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ୨୦୧୨ ଆଇପିଏଲ ଫାଇନାଲରେ କୋଲକାତା ଚେନ୍ନାଇକୁ ୫ ଓ୍ବିକେଟରେ ହରାଇ ଚାମ୍ପିଅନ ହୋଇଥିଲା । ଏଣୁ ଏହା କୋଲକତାର ମନୋବଳକୁ ଦୃଢ କରିବ । ଦଳ ପୁଣି ଥରେ ନିଜର ପୂର୍ବ ସଫଳତା ଦୋହରାଇବାକୁ ଚେଷ୍ଟା କରିବ । ଅନ୍ୟପକ୍ଷରେ ଆଜିର ମ୍ୟାଚ ଜିତି ୪ର୍ଥ ଥର ପାଇଁ ଚାମ୍ପିଅନ ହେବାକୁ ଉଦ୍ୟମ କରିବ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ବାଧୀନ ଚେନ୍ନାଇ ।

ସମ୍ବନ୍ଧିତ ଖବର