ନୂଆଦିଲ୍ଲୀ: ଲକ୍ଷ୍ନୌ ସୁପର ଜିଆଣ୍ଟସ୍ (ଏଲଏସଜି) ଅଧିନାୟକ କେ.ଏଲ୍ ରାହୁଲ ଏବଂ ଦ୍ରୁତ ବୋଲର ଜୟଦେବ ଉନାଦକଟଙ୍କୁ ଆଇପିଏଲ୍ ୨୦୨୩ରୁ ବାଦ ଦିଆଯାଇଛି। ଉଭୟ ଖେଳାଳି ଆହତ ହୋଇଥିବାରୁ ସେମାନଙ୍କୁ ବିଶ୍ରାମ ଦେବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ମ୍ୟାଚରେ କେଏଲ ରାହୁଲ ଆହତ ହୋଇଥିବା ବେଳେ ବୋଲିଂ ଅଭ୍ୟାସ କରୁଥିବାବେଳେ ଜୟଦେବ ଉନାଦକଟ ଆହତ ହୋଇଥିଲେ। ଏଲଏସଜିର ୨ଖେଳାଳି ବାଦ୍ ପଡ଼ିବା ପରେ ଏବେ ଟିମକୁ ବଡ଼ ଝଟକା ଲାଗିଥିବା କୁହାଯାଉଛି।
ସୂଚନା ମୁତାବକ, ଲକ୍ଷ୍ନୌରେ ମେ’ ୧ରେ ଆରସିବି ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ରାହୁଲ ଆହତ ହୋଇଥିଲେ। ତାଙ୍କର ଡାହାଣ ଜଙ୍ଘରେ ଆଘାତ ଲାଗିଥିଲା। ଅନ୍ୟପକ୍ଷରେ ରବିବାର ଦିନ ନେଟରେ ବୋଲିଂ ଅଭ୍ୟାସ କରୁଥିବା ବେଳେ ଉନାଦକଟ ଖସିପଡିବାରୁ ତାଙ୍କ କାନ୍ଧରେ ଆଘାତ ଲାଗିଥିଲା। ତେବେ ଆହତ ହୋଇ ଆଇପିଏଲରୁ ବାଦ ପଡ଼ିବା ପରେ ରାହୁଲ ଜୁନ୍ ୭-୧୧ପର୍ଯ୍ୟନ୍ତ ହେବାକୁ ଥିବା ବିଶ୍ବ ଟେଷ୍ଟ ଚାମ୍ପିୟନସିପ ଫାଇନାଲରେ ଖେଳିପାରିବେ ନାହିଁ ବୋଲି ଚର୍ଚ୍ଚା ହେଉଛି। ତାଙ୍କୁ ଲାଗିଥିବା ଆଘାତ ଠିକ ହେବାକୁ ଅଧିକ ସମୟ ଲାଗିବ ବୋଲି କୁହାଯାଉଥିବାରୁ ସେ ବିଶ୍ବ ଟେଷ୍ଟ ଚାମ୍ପିୟନସିପରେ ଖେଳିପାରିବେ ନାହିଁ।
/sambad/media/post_attachments/a2503d6de1081ef965f7a1454ac87d3af1b53f04a91ba58aea3434578359878b.jpeg)
ଯଦି ଆମେ ଏହି ଆଇପିଏଲରେ ରାହୁଲଙ୍କ ପ୍ରଦର୍ଶନ ଦେଖିବା ତେବେ ସେ ୯ଟି ମ୍ୟାଚରେ ୨୭୪ରନ୍ ସ୍କୋର କରିଥିଲେ, ଯେଉଁଥିରେ ଦୁଇ ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ। ତାଙ୍କର ଷ୍ଟ୍ରାଇକ୍ ହାର ୧୧୩.୨୨ଥିଲା, ଯାହା ବହୁତ ଚିନ୍ତାଜନକ ଥିଲା। ଅନ୍ୟପକ୍ଷରେ, ଯଦି ଆମେ ଜୟଦେବ ଉନାଦକଟଙ୍କ ଆଇପିଏଲ୍ ୨୦୨୩ରେ ପ୍ରଦର୍ଶନକୁ ଦେଖିବା, ତେବେ ସେ ୩ଟି ମ୍ୟାଚ୍ ଖେଳିଥିଲେ ଏବଂ ତାଙ୍କୁ କୌଣସି ସଫଳତା ମିଳିନଥିଲା।