ଅହମ୍ମଦାବାଦ : ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଖେଳାଯାଉଥିବା ଭାରତ-ଓ୍ବେଷ୍ଟଇଣ୍ଡିଜ୍ ପ୍ରଥମ ଟେଷ୍ଟରର ୨ୟଦିନରେ କେଏଲ ରାହୁଲ ଓ ଧ୍ରୁବ ଜୁରେଲଙ୍କ ଶତକ ବଳରେ ଭାରତ ନିଜର ସ୍ଥିତି ମଝବୁତ କରିଛି । ସର୍ବଶେଷ ସୂଚନା ଅନୁସାରେ ଭାରତ ୪ ଓ୍ବିକେଟ ହରାଇ ୪୦୭ ରନ କରିଛି । 

Advertisment

ଭାରତ ଆଜି ଗତକାଲିର ଖେଳ ୨ ଓ୍ବିକେଟରେ ୧୨୧ ରନରୁ ଆଗକୁ ଖେଳିବା ଆରମ୍ଭ କରିଥିଲା । ଆଜି ଦଳ ପକ୍ଷରୁ କେଏଲ ରାହୁଲ ଶତକ ଅର୍ଜନ କରିବା ପରେ ଅଧିନାୟକ ଶୁବମନ ଗିଲ ମଧ୍ୟ ଅର୍ଦ୍ଧଶତକ ହାସଲ କରିଥିଲେ । ଏହା ପରେ ଜୁରେଲ ଓ ରବୀନ୍ଦ୍ର ଜାଡେଜାଙ୍କ ମଧ୍ୟରେ ଏକ ଭଲ ପାର୍ଟନରସିପ ଦେଖିବାକୁ ମିଳିଥିଲା । ଜୁରେଲ ୧୧୩ ରନ କରି ଖେଳୁଥିବାବେଳେ ଡାଡେଜା ୮୬ ରନ କରି ଖେଳୁଛନ୍ତି ।

ଏହି ମ୍ୟାଚରେ ଓ୍ବେଷ୍ଟ ଇଣ୍ଡିଜ୍ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । କିନ୍ତୁ ଏହି ଭ୍ରମଣକାରୀ ଦଳ ମାତ୍ର ୧୬୨ ରନରେ ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ ଜଷ୍ଟିନ ଗ୍ରିଭସ୍ ୩୨ରନ ଓ ସାଇ ହୋପ୍ ୨୬ ରନ କରିଥିଲେ । ସେହିପରି ରୋଷ୍ଟନ ଚେଜ୍ ୨୪ ରନ ଓ ବ୍ରାଣ୍ଡନ କିଙ୍ଗ୍ ୧୩ ରନ କରିଥିଲେ । ଭାରତ ପକ୍ଷରୁ ମହମ୍ମଦ ସିରାଜ ୪ଟି, ବୁମରା ୩ଟି ଓ କୁଳଦୀପ ଯାଦବ ୨ଟି ଓ୍ବିକେଟ ନେଇଥିଲେ । ଓ୍ବାସିଂଟନ ସୁନ୍ଦର ଗୋଟିଏ ଓ୍ବିକେଟ ନେଇଥିଲେ ।