ଜିମ୍ବଓ୍ବେ ଗସ୍ତ ପାଇଁ ଭାରତୀୟ ଦଳରେ କେଏଲ ରାହୁଲ ସାମିଲ

ମୁମ୍ବାଇ : ଭାରତୀୟ ଦଳର ଆଗାମୀ ଜିମ୍ବାଓ୍ବେ ଗସ୍ତ ପାଇଁ କେଏଲ ରାହୁଲ ଫିଟ୍ ଘୋଷିତ ହୋଇଛନ୍ତି । ଫଳରେ ତାଙ୍କୁ ଦଳରେ ସାମିଲ କରାଯିବା ସହ ଅଧିନାୟକ ଘୋଷଣା କରାଯାଇଛି । ପୂର୍ବରୁ ଶିଖର ଧଓ୍ବନଙ୍କୁ ଭାରତୀୟ ଦଳର ଅଧିନାୟକ ଘୋଷଣା କରାଯାଇଥିବାବେଳେ ଏବେ ତାଙ୍କୁ ଉପଅଧିନାୟକ କରାଯାଇଛି । ଆଗାମୀ ଏସିଆ କପରେ ବି ସେ ଖେଳିବେ ।

ଗୁରୁବାରଦିନ ଅନୁଷ୍ଠିତ ଫିଟନେସ ଟେଷ୍ଟରେ ରାହୁଲ ଉତ୍ତୀର୍ଣ୍ଣ ହୋଇଥିଲେ । ବିସିସିଆଇର ମେଡିକାଲ ଟିମ ରାହୁଲଙ୍କ ସ୍ବାସ୍ଥ୍ୟବସ୍ଥା ଓ ଫିଟନେସ ଯାଞ୍ଚ କରିବା ପରେ ତାଙ୍କୁ ଫିଟ ଘୋଷିତ କରିଥିଲେ ।

ଆଇପିଏଲ ପରେ ରାହୁଲ ଏପର୍ଯ୍ୟନ୍ତ କୌଣସି ମ୍ୟାଚ ଖେଳି ନାହାନ୍ତି । ହାର୍ଣ୍ଣିଆ ଅପରେସନ ପରେ ସେ ସୁସ୍ଥ ହେବା ପରେ ତାଙ୍କୁ ଓ୍ବେଷ୍ଟ ଇଣ୍ଡିଜ ଗସ୍ତ ପାଇଁ ବଛାଯାଇଥିଲା । କିନ୍ତୁ କୋଭିଡ୍ ଆକ୍ରାନ୍ତ ହେବା ପରେ ସେ ଦଳରୁ ବାଦ ପଡ଼ିଥିଲେ ।

ଭାରତୀୟ ଦଳ ଚଳିତ ମାସରେ ଜିମ୍ବାଓ୍ବେ ଗସ୍ତରେ ଯାଇ ୧୮ରୁ ୨୨ ମଧ୍ୟରେ ୩ଟି ଦିନିକିଆ ମ୍ୟାଚ ଖେଳିବ । ଏହା ପରେ ଭାରତୀୟ ଦଳ ଏସିଆ କପ ଖେଳିବାକୁ ୟୁଏଇ ଯିବ ।

ଭାରତୀୟ ଦିନିକିଆ ଦଳ: କେଏଲ ରାହୁଲ(ଅଧିନାୟକ), ଶିଖର ଧୱନ (ଉପ-ଅଧିନାୟକ), ଋତୁରାଜ ଗାଏକ୍ବାଡ୍, ଶୁଭମନ ଗିଲ୍, ଦୀପକ ହୁଦା, ରାହୁଲ ତ୍ରିପାଠୀ, ଇଶାନ କିଷନ, ସଂଜୁ ସାମସନ, ଓ୍ବାସିଂଟନ ସୁନ୍ଦର,  ଶାର୍ଦୁଳ ଠାକୁର, କୂଳଦୀପ ଯାଦବ,  ଅକ୍ଷର ପଟେଲ, ଆଭେସ ଖାନ୍, ପ୍ରସିଦ୍ଧ କୃଷ୍ଣା, ମହମ୍ମଦ ସିରାଜ ଓ ଦୀପକ ଚହର ।

ସମ୍ବନ୍ଧିତ ଖବର