ନୂଆଦିଲ୍ଲୀ: ଶୁକ୍ରବାରଠାରୁ ଆରମ୍ଭ ହେବ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୪। ଏଥିପାଇଁ ପ୍ରସ୍ତୁତ ହେଉଛନ୍ତି ସମସ୍ତ ଦଳ। ଏମଧ୍ୟରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ (ଏଲଏସଜି) ର ନେତୃତ୍ୱ ନେଉଥିବା କେ.ଏଲ୍ ରାହୁଲ ଆଇପିଏଲ ପୂର୍ବରୁ ମନ୍ଦିର ଯାଇଥିବା ଦେଖାଯାଇଛି। ରାହୁଲଙ୍କ ଦଳ ରବିବାର ଦିନ ଜୟପୁରର ରାଜସ୍ଥାନ ରୟାଲ୍ସ ବିପକ୍ଷରେ ପ୍ରଥମ ଆଇପିଏଲ୍ ମ୍ୟାଚ୍ ଖେଳିବ। ଏହା ପୂର୍ବରୁ ଉଜ୍ଜୈନରେ ଥିବା ମହାକାଳେଶ୍ବର ମନ୍ଦିର ଯାଇ ରାହୁଲ ପୂଜାର୍ଚ୍ଚନା କରିଥିବା ଦେଖାଯାଇଛି।
ଏଥର ସେ ପତ୍ନୀଙ୍କ ସହ ନୁହେଁ ବରଂ ଏକାକୀ ମନ୍ଦିର ଯାଇଥିବା ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି। ଭାଇରାଲ ଭିଡିଓରେ ଦେଖାଯାଇଛି ଯେ, ସେ ମନ୍ଦିରରେ ଜଳଲାଗି କରିବା ସହ ମଥାରେ ସିନ୍ଦୂର ଟିକା ଲଗାଉଛନ୍ତି। ଏହା ପରେ ହାତ ଯୋଡି ମହାକାଳେଶ୍ବରଙ୍କ ପୂଜା ଦେଖୁଛନ୍ତି।
#WATCH | Cricketer KL Rahul offered prayers at Mahakaleshwar Temple in Ujjain, Madhya Pradesh today. pic.twitter.com/5dvZybtgAu
— ANI (@ANI) March 20, 2024
ଉଲ୍ଲେଖଯୋଗ୍ୟ, ରାହୁଲ ଶେଷ ଥର ପାଇଁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଭାରତ ପାଇଁ ଖେଳିଥିଲେ। କିନ୍ତୁ ପ୍ରଥମ ଟେଷ୍ଟ ମ୍ୟାଚ୍ ପରେ ତାଙ୍କ ହାତରେ ଆଘାତ ଲାଗିବାରୁ ତାଙ୍କୁ ବାଦ ଦିଆଯାଇଥିଲା। ହେଲେ ଏବେ ସେ ସୁସ୍ଥ ହୋଇଥିବା ବେଳେ ଆଇପିଏଲ ଖେଳିବାକୁ ପ୍ରସ୍ତୁତ ଥିବା ଜଣାପଡ଼ିଛି।