ବାରବାଟୀ ମ୍ୟାଚକୁ ଆସିବେ ନାହିଁ କେଏଲ ରାହୁଲଙ୍କ ସହ ଏହି ଖେଳାଳି

ନୂଆଦିଲ୍ଲୀ: ଜୁନ୍‌ ୯ ତାରିଖରୁ ଭାରତ-ଦକ୍ଷିଣ ଆଫ୍ରିକା ଟ୍ବେଣ୍ଟି-୨୦ ଶୃଙ୍ଖଳା ଆରମ୍ଭ ହେବାକୁ ଯାଉଛି | ତେବେ ଏହି ଘରୋଇ ଅନ୍ତର୍ଜାତୀୟ ଶୃଙ୍ଖଳାକୁ ନେଇ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି | ଏହି ସିରିଜ ପାଇଁ କେଏଲ ରାହୁଲଙ୍କୁ ଟିମ୍ ଇଣ୍ଡିଆର ଅଧିନାୟକ ଭାବେ ମନୋନୀତ କରାଯାଇଥିଲା | କିନ୍ତୁ ବର୍ତ୍ତମାନ ଆହତ ହେବା କାରଣରୁ ରାହୁଲ ଏହି ସିରିଜରୁ ବାଦ ପଡିଛନ୍ତି। ରାହୁଲଙ୍କ ସହ କୁଲଦୀପ ଯାଦବ ମଧ୍ୟ ସିରିଜରୁ ବାଦ ପଡିଛନ୍ତି | କେଏଲ୍ ରାହୁଲ ବାଦ ପଡିବା ପରେ ଏବେ ଟିମ୍ ଇଣ୍ଡିଆର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତଙ୍କୁ ଅଧିନାୟକ ଭାବେ ଦାୟିତ୍ୱ ଦିଆଯାଇଛି |

ସେହିପରି ଚଳିତ ଆଇପିଏଲରେ ଦମଦାର ପ୍ରଦର୍ଶନ କରି ନିଜ ଟିମ ଗୁଜୁରାଟ ଟାଇଟନ୍ସକୁ ଜିତାଇଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଉପ-ଅଧିନାୟକ ଦାୟିତ୍ୱ ଦିଆଯାଇଛି | ସୂଚନା ଥାଉ କି ପ୍ରଥମ ମ୍ୟାଚ୍‌ ଦିଲ୍ଲୀରେ ଖେଳାଯିବା ପରେ ପରବର୍ତୀ ୪ଟି ଟ୍ବେଣ୍ଟି-୨୦ କଟକ (ଜୁନ୍‌ ୧୨), ବିଶାଖାପାଟଣା (ଜୁନ୍‌ ୧୪), ରାଜକୋଟ (ଜୁନ୍ ୧୭) ଏବଂ ବେଙ୍ଗାଲୁରୁ (ଜୁନ୍‌ ୧୯)ରେ ଖେଳାଯିବ। ତେବେ କେଏଲ ରାହୁଲଙ୍କୁ ଏହି ବଡ ସିରିଜରୁ ବାଦ ପଡିବା ଟିମ୍ ଇଣ୍ଡିଆ ପାଇଁ ଝଟକା ସଦୃଶ ହୋଇଛି | କାରଣ ସେ ଦମଦାର ଫର୍ମରେ ଥିବାବେଳେ ସମସ୍ତେ ଆଶା କରିଥିଲେ ଯେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ମଧ୍ୟ ସେ ଚମତ୍କାର ପ୍ରଦର୍ଶନ କରିବେ |

ଭାରତୀୟ ଟ୍ବେଣ୍ଟି-୨୦ ଦଳ:
ଋଷଭ ପନ୍ତ୍‌ (ଅଧିନାୟକ, ୱିକେଟରକ୍ଷକ), ଋତୁରାଜ ଗାଏକ୍ବାଡ, ଈଶାନ କିଶନ, ଦୀପକ ହୁଦା, ଶ୍ରେୟସ ଆୟର୍‌, ଦୀନେଶ କାର୍ତିକ, ହାର୍ଦିକ ପାଣ୍ଡ୍ୟା(ଉପ-ଅଧିନାୟକ), ଭେଙ୍କଟେଶ ଆୟର୍‌, ୟୁଝବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଅକ୍ଷର ପଟେଲ୍‌, ରବି ବିଷ୍ଣୋଇ, ଭୁବନେଶ୍ବର କୁମାର, ହର୍ଷଲ ପଟେଲ୍‌, ଅଭେସ୍‌ ଖାନ୍‌, ଅର୍ଶଦୀପ ସିଂହ, ଉମ୍ରାନ୍‌ ମଲ୍ଲିକ।

ସମ୍ବନ୍ଧିତ ଖବର