ମୁମ୍ବାଇ : ଆଇପିଏଲ ଖେଳିବା ବେଳେ ଆହତ ହୋଇଥିବା ୱିକେଟ୍ ରକ୍ଷକ ବ୍ୟାଟ୍ସମ୍ୟାନ୍ କେଏଲ୍ ରାହୁଲ ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍ (ଡବ୍ଲ୍ୟୁଟିସି )ରୁ ବାଦ୍ ପଡ଼ିଛନ୍ତି । କେଏଲ୍ ରାହୁଲ ପୂର୍ବରୁ ହିଁ ନିଜ ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ଏହି ସୂଚନା ଦେଇସାରିଛନ୍ତି । କିନ୍ତୁ ଏବେ ବିସିସିଆଇ ଔପଚାରିକଭାବେ ଏହାକୁ ଘୋଷଣା କରିଛି । ତାଙ୍କ ସ୍ଥାନରେ ଇଶାନ କିଷନଙ୍କୁ ସୁଯୋଗ ଦିଆଯାଇଛି । ଇଶାନ ଏବେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଆଇପିଏଲ ଖେଳୁଛନ୍ତି। ସେ ଭଲ ଫର୍ମରେ ଅଛନ୍ତି ଏବଂ ୧୦ ଟି ମ୍ୟାଚରେ ୨୯୩ ରନ୍ କରିଛନ୍ତି ।
ଜୁନ୍ ୭ରୁ ୧୧ ତାରିଖ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲ୍ ରେ ସେ ଭାଗ ନେବେ ନାହିଁ ବୋଲି ବିସିସିଆଇ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛି । ବିଶେଷଜ୍ଞଙ୍କ ପରାମର୍ଶ କ୍ରମେ ଯଥାଶୀଘ୍ର ରାହୁଲଙ୍କ ଅସ୍ତ୍ରୋପଚାର କରାଯିବ ଏବଂ ଜାତୀୟ କ୍ରିକେଟ୍ ଏକାଡେମୀରେ ତାଙ୍କୁ ରଖାଯିବବୋଲି ବିସିସିଆଇ ପ୍ରେସ୍ ବିଜ୍ଞପ୍ତିରେ କହିଛି।
ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଅଜିଙ୍କ୍ୟ ରାହାଣେ, କେଏସ୍ ଭରତ (ୱିକେଟକିପର), ରବିଚନ୍ଦ୍ରନ ଅଶ୍ୱିନ, ରବୀନ୍ଦ୍ର ଜାଦେଜା, ଅକ୍ଷର ପଟେଲ, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ସାମି, ମହମ୍ମଦ ସିରାଜ, ଉମେଶ ଯାଦବ, ଜୟଦେବ ଉନାଦକଟ, ଇଶାନ କିଷନ (ୱିକେଟ୍ ରକ୍ଷକ)।