ବିସ୍ଫୋରକ ପାଳି ଖେଳିବା ପରେ ଏହି ବଲିଉଡ଼ ଅଭିନେତ୍ରୀଙ୍କୁ ପ୍ରପୋଜ କଲେ କେ.ଏଲ ରାହୁଲ

ମୁମ୍ବାଇ: ଭାରତୀୟ କ୍ରିକେଟର ଏବଂ ବଲିଉଡ ମଧ୍ୟରେ ସବୁବେଳେ ଘନିଷ୍ଠତା ରହିଆସିଛି | ଅନେକ ଭାରତୀୟ କ୍ରିକେଟର ବଲିଉଡ ଅଭିନେତ୍ରୀଙ୍କୁ ବିବାହ କରିଛନ୍ତି। ତେବେ ବର୍ତ୍ତମାନ ଆଉ ଜଣେ କ୍ରିକେଟର ବଲିଉଡ ସହ ନିଜ ସମ୍ପର୍କ ଯୋଡିବାକୁ ଯାଉଛନ୍ତି | ଭାରତୀୟ କ୍ରିକେଟ ଟିମର ସଫଳ ବ୍ୟାଟ୍ସମ୍ୟାନ କେ.ଏଲ. ରାହୁଲ ବଲିଉଡ ଅଭିନେତା ସୁନୀଲ ଶେଟ୍ଟୀଙ୍କ ଝିଅ ସହିତ ତାଙ୍କର ସମ୍ପର୍କକୁ ନିଶ୍ଚିତ କରିଛନ୍ତି। ଆଥିଆ ଶେଟ୍ଟୀଙ୍କ ଜନ୍ମଦିନରେ, କେ.ଏଲ୍ ରାହୁଲ ଭିନ୍ନ ଢଙ୍ଗରେ ପ୍ରପୋଜ କରିଛନ୍ତି । ପ୍ରକୃତରେ, କେ.ଏଲ୍ ରାହୁଲ ଏବଂ ସୁନୀଲ ଶେଟ୍ଟୀଙ୍କ ଝିଅ ଆଥିଆ ଶେଟ୍ଟୀଙ୍କ ମଧ୍ୟରେ ସମ୍ପର୍କ ଦୀର୍ଘ ସମୟ ଧରି ଚାଲିଥିଲା। ଉଭୟଙ୍କୁ ଏକାଠି ଅନେକ ଥର ଦେଖିବାକୁ ମିଳିଛି |

ତଥାପି ଦୁହେଁ ନିଜ ସମ୍ପର୍କକୁ ନେଇ ଖୋଲାଖୋଲି ଘୋଷଣା କରିନଥିଲେ | କିନ୍ତୁ ବର୍ତ୍ତମାନ କେ.ଏଲ୍ ରାହୁଲ ତାଙ୍କ ସମ୍ପର୍କ ବାବଦରେ ଖୁଲାସା କରିଛନ୍ତି। ସୂଚନା ମୁତାବକ ସୁନୀଲ ଶେଟ୍ଟୀଙ୍କ ଝିଅ ଆଥିଆ ଶେଟ୍ଟୀଙ୍କ ଜନ୍ମଦିନ ଥିଲା | ଏହି ବିଶେଷ ଅବସରରେ କେ.ଏଲ୍ ରାହୁଲ ଆଥିଆ ଶେଟ୍ଟୀଙ୍କୁ ସୋସିଆଲ ମିଡିଆ ମାଧ୍ୟମରେ ଜନ୍ମଦିନ କାମନା କରିଥିଲେ। କେ.ଏଲ ରାହୁଲ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟ ଜରିଆରେ ଆଥିଆ ଶେଟ୍ଟୀଙ୍କ ସହିତ ଦୁଇଟି ଫଟୋ ସେୟାର କରିଛନ୍ତି |

ଏହି ଫଟୋରେ ଆଥିଆ ଶେଟ୍ଟୀ ଏବଂ କେ.ଏଲ୍ ରାହୁଲ ଏକାଠି ବସିଥିବାର ନଜର ଆସିଛନ୍ତି | ପ୍ରଥମ ଫଟୋରେ ଆଥିଆ କେ.ଏଲ୍ ରାହୁଲଙ୍କୁ ଧରିଛନ୍ତି ଏବଂ ରାହୁଲ ମଧ୍ୟ ତାଙ୍କ କାନ୍ଧରେ ହାତ ରଖିଛନ୍ତି। ପୋଷ୍ଟରେ ରାହୁଲ ଲେଖିଛନ୍ତି ଯେ, ‘ହାପି ବାର୍ଥ ଡେ, ମାଇ ଲଭ’ | ଏହି ପୋଷ୍ଟରେ କମେଣ୍ଟ ଆଥିଆ ଶେଟ୍ଟୀ କେ.ଏଲ୍ ରାହୁଲଙ୍କ ପାଇଁ ୱାର୍ଲଡ ଇମୋଜି ମଧ୍ୟ ସେୟାର କରିଛନ୍ତି। ଯାହା ଦର୍ଶାଇଛି ଯେ କେ.ଏଲ୍ ରାହୁଲଙ୍କ ଏହି ପୋଷ୍ଟରେ ଆଥିଆ ଉଭୟଙ୍କ ସମ୍ପର୍କକୁ ସବୁଜ ସଙ୍କେତ ଦେଇଛନ୍ତି। ଏହି ପୋଷ୍ଟ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି। ସୂଚନା ଥାଉ କି ଭାରତ ବନାମ ସ୍କଟଲ୍ୟାଣ୍ଡ ଟି -୨୦ ବିଶ୍ୱକପ ମ୍ୟାଚରେ ଭାରତର ବିଜୟ ହୋଇଛି |ଏହି ମ୍ୟାଚ୍‌ରେ ରାହୁଲ ମାତ୍ର ୧୮ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ | ଆଉ ଏହି ମ୍ୟାଚ ଦେଖିବାକୁ ଆଥିଆ ଶେଟ୍ଟୀ ମଧ୍ୟ ଆସିଥିଲେ।

ସମ୍ବନ୍ଧିତ ଖବର