ମୁମ୍ବାଇ : ଭାରତୀୟ କ୍ରିକେଟର ଏବଂ ବଲିଉଡ୍ ତାରକାଙ୍କ ମଧ୍ୟରେ ସବୁବେଳେ ଘନିଷ୍ଠ ବନ୍ଧୁତା ଦେଖିବାକୁ ମିଳିଛି। ଏହାର ସଦ୍ୟତମ ଉଦାହରଣ ନିକଟରେ ଦେଖିବାକୁ ମିଳିଛି। ନବାଗତ କ୍ରିକେଟର କେଏଲ୍ ରାହୁଲ୍ଙ୍କର ଟାଇଗର ଶ୍ରଫ୍ଙ୍କ ନାୟିକା ନିଧିଙ୍କ ସହ ସଂପର୍କକୁ ନେଇ ସୋସିଆଲ୍ ମିଡ଼ିଆରେ ଚର୍ଚ୍ଚା ଜୋର ଧରିଛି। ଆମେ ଆପଣଙ୍କୁ ଅଭିନେତ୍ରୀ ନିଧି ଅଗ୍ରଓ୍ଵାଲଙ୍କ ବିଷୟରେ କହିବାକୁ ଯାଉଛୁ। କ୍ରିକେଟର କେଏଲ୍ ରାହୁଲ ଏବଂ ଅଭିନେତ୍ରୀ ନିଧିଙ୍କୁ ନିକଟରେ ମୁମ୍ବାଇ ଏୟାରପୋର୍ଟରେ ଏକା ସାଙ୍ଗରେ ଦେଖାଯାଇଥିଲା। ଏହାର ଫଟୋ ରାହୁଲ୍ଙ୍କ ଇନ୍ଷ୍ଟାଗ୍ରାମ ଫ୍ୟାନ୍ପେଜ୍ରେ ଶେୟାର କରାଯାଇଥିଲା । ଏହି ପୋଷ୍ଟ ପରେ ଦୁହିଁଙ୍କ ମଧ୍ୟରେ ସଂପର୍କକୁ ନେଇ ଅନେକ ପ୍ରକାରର ଚର୍ଚ୍ଚା ହେଉଥିବା ଜାଣିବାକୁ ମିଳିଛି। ଦୁହେଁ ଡେଟ୍ କରୁଥିବା କଥା ଅନୁମାନ ମଧ୍ୟ କରାଯାଉଛି।
/sambad/media/post_attachments/wp-content/uploads/2018/05/2-1527758723-300x225.jpg)
ନିଧି ଅଗ୍ରଓ୍ଵାଲ୍ଙ୍କୁ ଶେଷ ଥର ପାଇଁ ଟାଇଗର ଶ୍ରଫଙ୍କ ସହିତ ମୁନ୍ନା ମାଇକେଲ୍ ଚଳଚ୍ଚିତ୍ରରେ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ତାଙ୍କର କେଏଲ୍ ରାହୁଲ୍ଙ୍କ ସହିତ ସମ୍ବନ୍ଧକୁ ନେଇ ସୋସିଆଲ୍ ମିଡ଼ିଆରେ ଫଟୋ ଭାଇରାଲ ହେବା ପରେ ନିଧି ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି ।
କ୍ରିକେଟର୍ କେଏଲ୍ ରହୁଲ୍ଙ୍କୁ ନିକଟରେ ଆଇପିଏଲ୍ରେ ପଞ୍ଜାବ କିଙ୍ଗସ୍ ଇଲେଭେନ୍ ପକ୍ଷରୁ ଖେଳୁଥିବାର ଦେଖିବାକୁ ମିଳିଥିଲା । ସେ ଏଥିରେ ବହୁତ ଭଲ ପ୍ରଦର୍ଶନ କରିବା ସହ ଗୋଟିଏ ମ୍ୟାଚ୍ରେ ୧୬ ବଲ୍ରେ ୫୧ ରନ୍ ହାସଲ୍ କରିଥିଲେ। ତେବେ ଏ ନେଇ ଉଭୟ କ୍ରିକେଟର ଏବଂ ଅଭିନେତ୍ରୀଙ୍କ ତରଫରୁ କୌଣସି ସୂଚନା ପ୍ରଦାନ କରାଯାଇନାହିଁ ।