ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ତାରକା ୱିକେଟ୍‌କିପର-ବ୍ୟାଟର୍‌ ହେନରିକ୍‌ କ୍ଲାସେଁ ଟେଷ୍ଟ୍‌ କ୍ରିକେଟ୍‌ରୁ ଅବସର ନେଇଛନ୍ତି। ମଧ୍ୟଭାଗରେ ବିସ୍ଫୋରକ ଖେଳ ଖେଳୁଥିବା କ୍ଲାସେଁ ଧଳାବଲ୍‌ କ୍ରିକେଟ୍‌ରେ ଦକ୍ଷିଣ ଆଫ୍ରିକାର ଜଣେ ପ୍ରମୁଖ ଖେଳାଳି। ୨୦୧୯ରୁ ୨୦୨୩ ମଧ୍ୟରେ ସେ ମାତ୍ର ୪ ଟେଷ୍ଟ୍‌ ଖେଳି ୧୩.୦୦ ହାରାହାରିରେ ୧୦୮ ରନ୍‌ କରିଥିବାରୁ ଏଭଳି ନିଷ୍ପତ୍ତି ନେଇଛନ୍ତି। ନିକଟରେ ଏହି ୩୨ ବର୍ଷୀୟ ବ୍ୟାଟର୍‌ ଅଷ୍ଟ୍ରେଲିଆ ବିପକ୍ଷରେ ୮୩ ବଲ୍‌ରେ ୧୭୪ ରନ୍‌ ରେକର୍ଡ ସ୍କୋର୍‌ କରିଥିଲେ ମଧ୍ୟ ଟେଷ୍ଟ୍‌ କ୍ରିକେଟ୍‌ରେ ତାଙ୍କ ପ୍ରଦର୍ଶନ ଭଲ ରହିନି। ‘‘କିଛି ବିନିଦ୍ର ରାତ୍ରି କଟାଇବା ପରେ ମୁଁ ଏ ଠିକ୍‌ ନିଷ୍ପତ୍ତି ନେଇଛି। ଲାଲ୍‌ ‌ବଲ୍‌ କ୍ରିକେଟ୍‌ରୁ ଅବସର ନେଇଛି। ଏହା ମୋର ପସନ୍ଦର ଫର୍ମାଟ୍‌ ଥିବାରୁ ଏ ନିଷ୍ପତ୍ତି ଅବଶ୍ୟ କଷ୍ଟକର ଥିଲା’’ ବୋଲି କ୍ଲାସେଁ କହିଛନ୍ତି।