ମର୍କେଲଙ୍କ ଅବସର

ଜୋହାନ୍‌ସବର୍ଗ: ପ୍ରାୟ ୨୦ ବର୍ଷ ଧରି ପେସାଦାର କ୍ରିକେଟ୍‌ ‌ଖେଳିଥିବା ଆବି ମର୍କେଲ ସମସ୍ତ ଫର୍ମାଟ୍‌ରୁ ଅବସର ଘୋଷଣା କରିଛନ୍ତି। ୧୯୯୯-୨୦୦୦ ଘରୋଇ ଋତୁରେ ପ୍ରଥମ ଶ୍ରେଣୀ କ୍ରିକେଟ୍‌ ଖେଳିବା ଆରମ୍ଭ କରିଥିବା ଏହି ଦକ୍ଷିଣ ଆଫ୍ରିକୀୟ ତାରକା ୨୦୦୪ରେ ନ୍ୟୁଜିଲାଣ୍ଡ୍‌ ବିପକ୍ଷ ଶୃଙ୍ଖଳା ପାଇଁ ଦିନିକିଆ ଦଳକୁ ଡକରା ପାଇଥିଲେ। ୫୦ ଓଭର ବିଶିଷ୍ଟ ଫର୍ମାଟ୍‌ରେ ମକେର୍ଲଙ୍କ ବ୍ୟକ୍ତିଗତ ସର୍ବାଧିକ ସ୍କୋର୍‌ ଥିଲା ୯୭। ଯାହାକୁ ସେ ୨୦୦୭ରେ ଜିମ୍ବାୱେ ବିପକ୍ଷରେ ହାସଲ କରିଥିଲେ। ମର୍କେଲ ଦକ୍ଷିଣ ଆଫ୍ରିକା ପାଇଁ ଏକମାତ୍ର ଟେଷ୍ଟ୍‌ ୨୦୦୯ କେପ୍‌ଟାଉନ୍‌ରେ ଖେଳିଥିଲେ। ମୋଟାମୋଟି ଭାବେ ମର୍କେଲ ତାଙ୍କ ପେସାଦାର କ୍ରିକେଟ୍‌ ଜୀବନ ମଧ୍ୟରେ ୪୨୪୭ ରନ୍‌ ଏବଂ ୨୪୭ ୱିକେଟ୍‌ ଦଖଲ କରିଥିଲେ।

ସମ୍ବନ୍ଧିତ ଖବର