ଭୁବନେଶ୍ୱର,: ନାଇଟ୍ ରାଇଡର୍ସ ଟେକ୍ସଟାଇଲ୍ କପ୍ କମିଟି ଆନୁକୂଲ୍ୟରେ ଆୟୋଜିତ ମା’ ମସଲା ତୃତୀୟ ଟେକ୍ସଟାଇଲ୍ କପ୍ କ୍ରିକେଟ୍ ପ୍ରତିଯୋଗିତାର ବିଜେତା ହୋଇଛି। ବୁଧବାର ଫାଇନାଲ୍ରେ ନାଇଟ୍ ରାଇଡର୍ସ ୨୨ ରନ୍ରେ ସୁପର କିଙ୍ଗ୍କୁ ପରାସ୍ତ କରିଥିଲା। ନାଇଟ୍ ରାଇଡର୍ସ ନିର୍ଧାରିତ ୧୦ ଓଭରରେ ୭୯ ରନ୍ କରିଥିଲା। ଜବାବରେ ସୁପର କିଙ୍ଗ୍ ୫୭ ରନ୍ କରି ପାରିଥିଲା। ବଂଶିଧର ଦାସ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି, ମନୋଜ ପୁହାଣ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍, ମଧୁସୂଦନ ମହାନ୍ତି ଶ୍ରେଷ୍ଠ ବୋଲର ଏବଂ ଜର୍ଜ ଦେବୀଦତ୍ତ ଦାସ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଉଦ୍ଯାପନୀ ଉତ୍ସବରେ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ମାନବ ଅଧିକାର ସୁରକ୍ଷା ମଞ୍ଚର ଅଧ୍ୟକ୍ଷା ଇନ୍ଦିରା ଦାସ, ରାଜ୍ୟ ନାଗରିକ ସମାଜର ଆବାହକ ପ୍ରକାଶ ରଥ ଅତିଥିଭାବେ ଯୋଗ ଦେଇ ପୁରସ୍କାର ବଣ୍ଟନ କରିଥିଲେ। ସଚିବାଳୟ ସେବା ସଂଘର ସାଧାରଣ ସମ୍ପାଦକ ବିବେକାନନ୍ଦ ସାମଲ, ଓଡ଼ିଶା ସଚିବାଳୟ କର୍ମଚାରୀ ଦୌଡ଼କୁଦ ସଂଘର ସାଧାରଣ ସମ୍ପାଦକ ହର ପ୍ରସାଦ ବିଶ୍ୱାଳ ଏବଂ ଜ୍ୟୋତି ମିଶ୍ର ଅତିଥି ଭାବେ ଉପସ୍ଥିତ ଥିଲେ।
ନାଇଟ୍ ରାଇଡର୍ସ ଜିତିଲା ଟେକ୍ସଟାଇଲ୍ କପ୍
/sambad/media/post_attachments/wp-content/uploads/2018/03/16-Textiles-Cup.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)