କାତାର ବିଶ୍ବକପ୍‌ରେ ସବୁଠୁ ଡେଙ୍ଗା ଖେଳାଳି ନୋପର୍ଟ

ଦୋହା: ଚଳିତ କାତାର ଫିଫା ବିଶ୍ବକପ୍‌ର ସବୁଠୁ ଡେଙ୍ଗା ଖେଳାଳିର ମାନ୍ୟତା ନେଦରଲାଣ୍ଡ୍ସର ଆଣ୍ଡ୍ରିସ୍‌ ନୋପର୍ଟଙ୍କୁ ମିଳିଛି। ‌ତାଙ୍କ ଉଚ୍ଚତା ୨୦୩ ସେଣ୍ଟିମିଟର ଅର୍ଥାତ୍‌ ୬ ଫୁଟ୍‌ ୬୬ ସେଣ୍ଟିମିଟର। ଏହି ‌୨୮ ବର୍ଷୀୟ ଫୁଟ୍‌ବଲର୍‌ ନେଦରଲାଣ୍ଡ୍ସର ଦ୍ବିତୀୟ ପସନ୍ଦ ଗୋଲ୍‌ରକ୍ଷକ ଭାବେ ଦଳରେ ସ୍ଥାନ ପାଇଛନ୍ତି। ୨୦୦୬ ଜର୍ମାନି ବିଶ୍ବକପ୍‌ରେ ଇଂଲଣ୍ଡ ଫରୱାର୍ଡ ପିଟର କ୍ରୋଚ୍‌ (୬ ଫୁଟ୍‌ ୭ ଇଞ୍ଚ) ସବୁଠୁ ଡେଙ୍ଗ‌ା ଖେଳାଳି ଥିଲେ। ୧୬ ବର୍ଷ ପରେ ନୋପର୍ଟ ଏହି ସ୍ମୃତିକୁ ସ୍ମରଣ କରିଛନ୍ତି।

ସମ୍ବନ୍ଧିତ ଖବର