ଆଣ୍ଟିଗୁଆ ବେଳାଭୂମିରେ କୋହଲି-ଅନୁଷ୍କା

ଆଣ୍ଟିଗୁଆ: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମା ଦୁଇ ଦିନ ତଳେ ନିଜ ଇନଷ୍ଟାଗ୍ରାମ ପୃଷ୍ଠାରେ ପ୍ରକାଶ କରିଥିବା ଫଟୋ ସାମାଜିକ ଗଣମାଧ୍ୟମରେ ନିଆଁ ଲଗାଇ ଦେଇଥିଲା। ଏହି ସୂର୍ଯ୍ୟାଲୋକ ଆଚ୍ଛାଦିତ ଫଟୋରେ ସୁନ୍ଦରୀ ଅନୁଷ୍କା କମଳା ଓ ଗୋଲାପୀ ରଙ୍ଗର ବିକିନି ପିନ୍ଧି ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲେ। ଏବେ କୋହଲିଙ୍କ ଆକାଉଣ୍ଟରେ ଅନୁଷ୍କାଙ୍କ ଆଉ ଏକ ବେଳାଭୂମି ଫଟୋ ପ୍ରକାଶ କରାଯାଇଛି। ଏଥିରେ ଉଭୟ କୋହଲି ଓ ଅନୁଷ୍କା ଅଛନ୍ତି। ବୀରୁଷ୍କା ଭାବେ ପରିଚିତ ଏହି ଚର୍ଚିତ ଯୋଡ଼ି ପୁଣି ଥରେ ଆଣ୍ଟିଗୁଆର ସୁନେଲି ବେଳାଭୂମିରେ ସକାଳୁଆ ସୂର୍ଯ୍ୟକିରଣର ମଜା ନେଉଥିବା ଦେଖିବାକୁ ମିଳୁଛି। ଫୁଲପକା ସାର୍ଟ ଓ ହାଫ୍‌ପ୍ୟାଣ୍ଟ ପିନ୍ଧି କୋହଲି ନିଜ ପ୍ରିୟ ପତ୍ନୀ ଅନୁଷ୍କାଙ୍କ କାନ୍ଧରେ ହାତରଖି ବସିଛନ୍ତି। ଫଟୋଟିକୁ ଦୁହେଁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟ ଆରମ୍ଭ ହେବା ପୂର୍ବରୁ ଉଠାଇଛନ୍ତି। ଯାହାକୁ ପ୍ରଶଂସକ ବେଶ୍ ପସନ୍ଦ କରୁଛନ୍ତି।

ସମ୍ବନ୍ଧିତ ଖବର