ଲଣ୍ଡନ: ଚିର ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ୮୯ ରନ୍ରେ ହରାଇବା ପରେ ଭାରତୀୟ ଖେଳାଳିମାନେ ‘ନୂଆ ହେୟାର ଷ୍ଟାଇଲ’ରେ ଏହାର ଖୁସି ମନାଇଛନ୍ତି। ଆଫଗାନିସ୍ତାନ ମ୍ୟାଚ୍ ପୂର୍ବରୁ ମିଳିଥିବା ଦୁଇଦିନିଆ ଛୁଟିର ଉପଯୋଗ ସେମାନେ ବୁଲାବୁଲି କରିବା ସହ ଚୁଟି ସଜାଇବାରେ କଟାଇଛନ୍ତି। ପ୍ରତିଷ୍ଠିତ ହେୟାର ଷ୍ଟାଇଲିସଙ୍କ ପାଖରେ ନୂଆ ଏବଂ କୌତୁକିଆ କେଶ ବିନ୍ୟାସ କରିଛନ୍ତି। ଅଧିନାୟକ କୋହଲିଙ୍କ ମଧ୍ୟ ଏଥିରେ ସାମିଲ ଅଛନ୍ତି। ଯାହା ଏବେ ଖୁବ୍ ଚର୍ଚିତ ହେବାରେ ଲାଗିଛି। ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା, ଲେଗ୍ ସ୍ପିନର ୟୁଜବେନ୍ଦ୍ର ଚହଲ ନୂଆ ହେୟାର କଟ୍ କରିଥିବା ଦେଖାଯାଇଛି। ସାମାଜିକ ଗଣମାଧ୍ୟମରେ ମଧ୍ୟ ଏହି ଫଟୋ ଛାଇଯାଇଛି। ନୂଆ ନୂଆ ପ୍ରକାରର ହେୟାର କଟ୍ କରି ଚର୍ଚ୍ଚାରେ ରହିଆସୁଥିବା ପୂର୍ବତନ ଅଧିନାୟକ ମହେନ୍ଦ୍ର ସି˚ହ ଧୋନି ମଧ୍ୟ ଏଥର ସେଲିବ୍ରିଟି ହେୟାର ଷ୍ଟାଇଲିଷ୍ଟ ଆଲିମ୍ ହାକିମଙ୍କଠୁ ନୂଆ ଧରଣର ଚୁଟି କାଟିଛନ୍ତି। ଆଲିମ୍ ଏହି ଫଟୋଗୁଡ଼ିକୁ ନିଜର ଇନ୍ଷ୍ଟାଗ୍ରାମ ପୃଷ୍ଠାରେ ଛାଡ଼ିଥିବା ଦେଖାଯାଇଛି। ଫଟୋରେ ଧୋନି ତାଙ୍କ ଦାଢ଼ି ସହିତ ମୁଣ୍ଡର ଦୁଇ ପାଖ ଚୁଟି ଫେଡ୍ କରିଥିବା ଦେଖାଯାଇଛି। କୋହଲି ମଧ୍ୟ ଗହଳିଆ ଦାଢ଼ି ସହ ସମାନ ଧରଣର ଚୁଟି କାଟିଛନ୍ତି। ଏପରିକି ଭାରତୀୟ ଦଳ ପକ୍ଷରୁ ବି ଏହି ଚାରିଜଣଙ୍କର ଫଟୋକୁ ସାମାଜିକ ଗଣମାଧ୍ୟମରେ ଛଡ଼ାଯାଇଛି। ଏମାନଙ୍କ ମଧ୍ୟରୁ କିଏ ସବୁଠୁ ଭଲ ଦେଖାଯାଉଛନ୍ତି, ତାଙ୍କୁ ଭୋଟ ଦେଇ ବାଛିବାକୁ ପ୍ରଶଂସକଙ୍କୁ ଆହ୍ବାନ କରାଯାଇଛି।
କୋହଲି ବାହିନୀ, ନୂଆ କେଶ ବିନ୍ୟାସ
/sambad/media/post_attachments/wp-content/uploads/2019/06/Untitled-7-17.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)