ଲାରାଙ୍କୁ ଟପିବେ କୋହଲି

ସିଡ୍‌ନି: ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଶୃଙ୍ଖଳାରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ପାଖରେ ବ୍ରାଏନ୍‌ ଲାରାଙ୍କୁ ଟପିବାର ସୁଯୋଗ ରହିଛି। ସର୍ବାଧିକ ରନ୍‌ କରିବାରେ ୱେଷ୍ଟ୍‌ଇଣ୍ଡିଜ୍‌ କିମ୍ବଦନ୍ତୀ ଲାରା (୧୦,୪୦୫ ରନ୍‌, ୨୯୯ ମ୍ୟାଚ୍‌)ଙ୍କଠୁ କୋହଲି ମାତ୍ର ୧୭୩ ରନ୍‌ ପଛରେ ରହିଛନ୍ତି। ସଂପ୍ରତି ସର୍ବାଧିକ ରନ୍‌ରେ କୋହଲି (୨୧୬ ମ୍ୟାଚ୍‌ ) ଦ୍ବାଦଶ ସ୍ଥାନରେ ରହିଥିଲା ବେଳେ ୧୭୩ ରନ୍‌ କରିପ‌ାରିଲେ ଲାରା ଓ ଏକାଦଶ ସ୍ଥାନରେ ଥିବା ଶ୍ରୀଲଙ୍କାର ତିଲକରତ୍ନେ ଦିଲ୍‌ସାନ୍ (୩୩୦ ମ୍ୟାଚ୍‌, ୧୦,୨୯୦ ରନ୍‌)ଙ୍କୁ ଟପି ଦଶମରେ ପହଞ୍ଚିଯିବେ। ଅନ୍ୟ ଭାରତୀୟଙ୍କ ମଧ୍ୟରେ କୋହଲିଙ୍କ ଆଗରେ ସଚିନ ତେନ୍ଦୁଲରକର (୧୮,୨୪୬), ସୌରଭ ଗାଙ୍ଗୁଲି (୧୧,୩୬୩) ଏବଂ ରାହୁଲ ଦ୍ରାବିଡ଼ (୧୦,୮୮୯) ରହିଛନ୍ତି। ମହେନ୍ଦ୍ର ସିଂହ ଧୋନି ମଧ୍ୟ ୧୦,୧୭୩ ରନ୍‌ କରିଛନ୍ତି।

ସମ୍ବନ୍ଧିତ ଖବର