ଖୱାଜାଙ୍କ ଏକ ହାତିଆ କ୍ୟାଚ୍‌ରେ କୋହଲି ଚିତ୍

ଗୁରବାର ସକାଳେ ‌କୋହଲି ଟସ୍ ଜିତିବା ଛଡ଼ା ଭାରତ ପାଇଁ ଆଉ କିଛି ବି ଠିକ୍ ଯାଇ ନଥିଲା। ଭ୍ରମଣକାରୀ ଦଳ ଦ୍ବିତୀୟ ଓଭରରେ ହିଁ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଲୋକେଶ ରାହୁଲଙ୍କ ୱିକେଟ୍ ହରାଇଥିଲା। ଏହା ପରେ ବିଜୟ, କୋହଲି ଏବଂ ରାହାଣେ ଧାଡ଼ି ବାନ୍ଧି ନିଜ ନିଜ ୱିକେଟ୍ ଫିଙ୍ଗି ଦେଇଥିଲେ। ୪୧ ରନ୍‌ରେ ୪ ୱିକେଟ୍ ହରାଇ ଭାରତ ପୂରା ସଙ୍କଟରେ ପଡ଼ିଥିଲା। ଭାରତକୁ ଏକାଦଶ ଓଭରରେ କୋହଲିଙ୍କ ରୂପରେ ସବୁଠାରୁ ବଡ଼ ଝଟ୍‌କା ଲାଗିଥିଲା। ଆଡିଲେଡ୍ ପଡ଼ିଆରେ ଚାରିଟି ଶତକ ମାରି ସାରିଥିବା କୋହଲି ପ୍ୟାଟ୍ କମିନ୍ସଙ୍କ ବଲ୍‌କୁ ଡ୍ରାଇଭ୍ କଲା ବେଳେ ଏହା ମିସ୍ ଟାଇମ୍ ହୋଇ ଗଲି ଅଞ୍ଚଳକୁ ଚାଲିଯାଇଥିଲା। ସେଠାରେ ପଇଂତରା ମାରୁଥିବା ଉସ୍‌ମାନ ଖୱାଜା ନିଜ ବାମପଟକୁ ଡାଇଭ୍ ମାରି ଗୋଟିଏ ହାତରେ କ୍ୟାଚ୍ ନେଇ କୋହଲିଙ୍କ ପାଳିରେ ପୂର୍ଣ୍ଣଛେଦ ଟାଣିଥିଲେ। ମିଚେଲ ଷ୍ଟାର୍କ (୧୯-୪-୮୩-୨), ଜୋସ୍ ହାଜେଲଉଡ୍ (୧୯.୫-୩-୫୨-୨) ଓ ପ୍ୟାଟ୍ କମିନ୍ସ (୧୯-୩-୪୯-୨) ଭାରତୀୟ ଶୀଷକ୍ରମକୁ ଧ୍ବସ୍ତ ବିଧ୍ବସ୍ତ କରିବା ପରେ ମଧ୍ୟ ଓଭର ଗୁଡ଼ିକରେ ସ୍ପିନର ନାଥନ ଲିୟନ (୨୮-୨-୮୩-୨) ଭାରତକୁ ପନ୍ତ୍‌ ଓ ରୋ‌ହିତଙ୍କ ରୂପରେ ଆଉ ଦୁଇଟି ଝଟ୍‌କା ଦେଇଥିଲେ। ପୂଜାରା ୮ତମ ଓଭରର ଶେଷ ବଲ୍‌ରେ ରନ୍ ଆଉଟ୍ ହୋଇଥିଲେ। ସେହିଠାରେ ହିଁ ଅମ୍ପାୟାର ପ୍ରଥମ ଦିବସର ଖେଳ ବନ୍ଦ ସଙ୍କେତ ଦେଇଥି‌ଲେ। ଅଶ୍ବିନ-ପୂଜାରା ସପ୍ତମ ୱିକେଟ୍‌ରେ ଯୋଡ଼ିଥିବା ୬୨ ରନ୍ ଭାରତ ପାଳିର ସବୁଠାରୁ ବଡ଼ ଭାଗୀଦାରି ଥିଲା। ସେହିଭଳି ସାମି-ପୂଜାରା ନବମ ୱିକେଟରେ ଯୋଡ଼ିଥିବା ୪୦ ରନ୍ ମଧ୍ୟ ଭାତର ପାଇଁ ଦୁର୍ମୁଲ୍ୟ ଥିଲା।

ସମ୍ବନ୍ଧିତ ଖବର