ନୂଆଦିଲ୍ଲୀ: ଭାରତୀୟ ଅଧିନାୟକ ବିରାଟ କୋହଲି ଦିନିକିଆରେ ଦ୍ରୁୂତତମ ୧୦,୦୦୦ ରନ୍ର କୀର୍ତିମାନ କରିଥିଲା ବେଳେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ସବାର୍ଧିକ ଶତକ ଜମାଇବାରେ ମଧ୍ୟ ଆଗରେ ରହିଛନ୍ତି। ବୁଧବାର ବିଶାଖାପାଟଣା ଦିନିକିଆରେ ଅପରାଜିତ ୧୫୭ ରନ୍ର ପାଳି ଖେଳିଥିବା କୋହଲି ଏଥିସହିତ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଷଷ୍ଠ ଶତକ ହାସଲ କରିଥିଲେ। ଫଳରେ ସେ ଇଣ୍ଡିଜ୍ ବିପକ୍ଷରେ ସର୍ବାଧିକ ଦିନିକିଆ ଶତକ ହାସଲର କୀର୍ତିମାନ ପାଇଛନ୍ତି। ଏହା ପୂର୍ବରୁ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ସର୍ବାଧିକ ଶତକ ଜମାଇବାର ସଫଳତା ତିନି ଜଣ ଦକ୍ଷିଣ ଆଫ୍ରିକୀୟ ବ୍ୟାଟ୍ସମ୍ୟାନ୍ ହର୍ସେଲ୍ସ ଗିବ୍ସ, ହାସିମ୍ ଆମ୍ଲା ଓ ଏବି ଡିଭିଲିୟର୍ସଙ୍କ ନାମରେ ରହିଥିଲା। ଏହି ତିନି ଜଣ ୫ ଲେଖାଏଁ ଶତକ ହାସଲ କରିଥିଲେ। କୋହଲିଙ୍କ ୧୫୭* ମଧ୍ୟ ଇଣ୍ଡିଜ୍ ବିପକ୍ଷରେ ଦ୍ବିତୀୟ ସର୍ବାଧିକ ବ୍ୟକ୍ତିଗତ ସ୍କୋର୍। ୨୦୧୧ ଇନ୍ଦୋର ମ୍ୟାଚ୍ରେ ବୀେରନ୍ଦ୍ର ସେହବାଗ୍ଙ୍କ ୨୧୯ ରନ୍ ସର୍ବାଧିକ ବ୍ୟକ୍ତିଗତ ସ୍କୋର୍ ଭାବେ ଅତୁଟ ରହିଛି। ସେହିପରି ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୧୦୦୦ରୁ ଅଧିକ ରନ୍ କରିବାରେ କୋହଲି ଦକ୍ଷିଣ ଆଫ୍ରିକାର ହାସିମ୍ ଆମ୍ଲା ଓ ନିଜର ପୂର୍ବ କୀର୍ତିମାନକୁ ଟପି ଯାଇଛନ୍ତି। କୋହଲି ଚଳିତ ବର୍ଷ ୧୧ ପାଳିରୁ ହିଁ ୧୦୫୬ ରନ୍ (୧୪୯.୪୬ ହାରାହାରି) କରିସାରିଲେଣି। ଯେଉଁଥିରେ ୫ ଶତକ ଓ ୩ ଅର୍ଧଶତକ ସାମିଲ ରହିଛି। ଆମ୍ଲା ୨୦୧୦ରେ ୧୫ ପାଳିରୁ ୧୦୦୦ରୁ ଅଧିକ ରନ୍ କରି ଇଂଲଣ୍ଡର ଡେଭିଡ୍ ଗୱାର (୧୯୮୩)ଙ୍କ ୨୭ ବର୍ଷର କୀର୍ତିମାନକୁ ଟପି ଯାଇଥିଲେ। ହେଲେ ୨୦୧୨ରେ ଆମ୍ଲାଙ୍କ କୀର୍ତିମାନକୁ କୋହଲି ମଧ୍ୟ ଅତିକ୍ରମ କରିଥିଲେ।
ଇଣ୍ଡିଜ୍ ବିପକ୍ଷରେ ସର୍ବାଧିକ ଦିନିକିଆ ଶତକରେ କୋହଲି ଆଗୁଆ
/sambad/media/post_attachments/wp-content/uploads/2018/10/Virat.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)