ସ୍ମିଥ୍‌ଙ୍କୁ ବଞ୍ଚାଇଲେ କୋହଲି

0

ଲଣ୍ଡନ: ଓଭାଲରେ ରବିବାର ଖେଳା ଯାଇଥିବା ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍ ଅବସରରେ ଭାରତୀୟ ଅଧିନାୟକ ବିରାଟ କୋହଲି ନିଜ ମହାନତାର ପରିଚୟ ଦେଇଥିଲେ। ଭାରତୀୟ ପ୍ରଶଂସକ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ତଥା ବଲ୍ ବିକୃତ ବିବାଦରେ ବର୍ଷକ ପାଇଁ ବାସନ୍ଦ ହୋଇଥିବା ଷ୍ଟିଭେନ୍ ସ୍ମିଥଙ୍କୁ ଟାହି ଟାପରା କରି ‘ଚିଟର ଚିଟର’ ବୋଲି ଡାକୁଥିଲେ। ସେତେବେଳେ କ୍ରିଜ୍‌ରେ ଥିବା କୋହଲି ସ୍ମିଥଙ୍କୁ ବଞ୍ଚାଇବାକୁ ବାହାରି ପଡ଼ିଥିଲେ। ପ୍ରଶଂସକଙ୍କୁ ଏଭଳି ନକରିବା ଲାଗି ହାତ ହଲାଇ ମନା କରିଥିଲେ କୋହଲି। ତାଙ୍କର ଏହି ସହଯୋଗ ସ୍ମିଥଙ୍କ ସହ ଅଷ୍ଟ୍ରେଲିଆ ଗଣମାଧ୍ୟମକୁ ଢେର ପସନ୍ଦ ଆସିଥିଲା। ସେଥିପାଇଁ ସବୁବେଳେ କୋହଲିଙ୍କୁ ସମାଲୋଚନା କରୁଥିବା ଅଷ୍ଟ୍ରେଲିଆ ଗଣମାଧ୍ୟମ ରବିବାର ତାଙ୍କର ଗୁଣଗାନ କରିଥିଲା। ସ୍ମିଥ ମଧ୍ୟ କୋହଲିଙ୍କ ପାଖକୁ ଯାଇ ତାଙ୍କ ସହ କରମର୍ଦନ କରିବା ସହ ଧନ୍ୟବାଦ ଦେଇଥିଲେ। କୋହଲି ଭାରତୀୟ ପ୍ରଶଂସକଙ୍କ ଏଭଳି ବ୍ୟବହାର ନେଇ ସ୍ମିଥଙ୍କଠାରୁ କ୍ଷମା ମଧ୍ୟ ମାଗି ନେଇଥିଲେ।

ସମ୍ବନ୍ଧିତ ଖବର