କୋହଲି ସେନାର ଶ୍ରଦ୍ଧାଞ୍ଜଳି

ନଟିଂହାମ୍‌: ଇଂଲଣ୍ଡ ମାଟିରେ ଭାରତକୁ ପ୍ରଥମ ଶୃଙ୍ଖଳା ବିଜୟ ସ୍ପର୍ଶ ଦେଇଥିବା ଅଜିତ ଓ୍ଵାଦେକରଙ୍କୁ ସେହି ଇଂଲଣ୍ଡ ଗସ୍ତରେ ସମ୍ପ୍ରତି ସଂଘର୍ଷରତ ବିରାଟ କୋହଲି ବାହିନୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଅନେକ ଖେଳାଳିଙ୍କ ଜୀବନ ଗଢ଼ିଥିବା ଓ୍ଵାଦେକରଙ୍କୁ କୋହଲିଙ୍କ ଦଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ ଅବସରରେ ଆଗାମୀ ଟେଷ୍ଟ୍‍ ପାଇଁ ମଧ୍ୟ ଆତ୍ମବିଶ୍ୱାସ ସାଉଁଟିଛନ୍ତି। ଯଦି ଅଜିତ ଓ୍ଵାଦେକର ପାରିଥିଲେ ତେବେ ଆମେ କାହିଁକି ନୁହଁ ବୋଲି ଖେଳାଳିଙ୍କ ଭିତରେ ଅନ୍ତଃସ୍ରୋତ ଖେଳିଛି। ଗୁରୁବାର ନଟିଂହାମ୍‌ରେ ୨ ମିନିଟ୍‌ ନିରବ ପ୍ରାର୍ଥନା କରି ଭାରତୀୟ ଖେଳାଳିମାନେ ଏଭଳି ଅନ୍ତଃ ଶପଥ ନେଇଛନ୍ତି। ଚଳିତ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‍ ଶୃଙ୍ଖଳାରେ ଏବେ ୦-୨ରେ ପଛୁଆ ଥିବା ଭାରତ ଅଗଷ୍ଟ ୧୮ ତାରିଖରୁ ନଟିଂହାମ୍‌ରେ ତୃତୀୟ ଟେଷ୍ଟ୍‍ ଖେଳିବ।

ଅବସର ପରେ…
କ୍ରିକେଟ୍‌ରୁ ଅବସର ନେବା ପରେ ଓ୍ଵାଦେକର ୧୯୯୦ ଦଶକରେ ଭାରତୀୟ କ୍ରିକେଟ୍‌ ଦଳର ପ୍ରବନ୍ଧକ ଦାୟିତ୍ୱ ତୁଲାଇଥିଲେ। ମହମ୍ମଦ ଆଝାରୁଦ୍ଦିନ୍‌ଙ୍କ ନେତୃତ୍ୱାଧୀନ ଦଳ ସହ ସେ ପ୍ରବନ୍ଧକ ରହିଥିଲେ। ଦେଶ ପକ୍ଷରୁ ଜଣେ ଟେଷ୍ଟ ଖେଳାଳି, ଅଧିନାୟକ, ପ୍ରଶିକ୍ଷକ/ପ୍ରବନ୍ଧକ ଏବଂ ମନୋନୟକ ସମିତି ଅଧ୍ୟକ୍ଷ ହେବାରେ ସେ ଅଳ୍ପ କିଛି ଭାରତୀୟଙ୍କ ମଧ୍ୟରୁ ଅନ୍ୟତମ ଥିଲେ।

ସମ୍ବନ୍ଧିତ ଖବର