ମୁମ୍ବାଇ: ଭାରତୀୟ ଦଳର ୱେଷ୍ଟଇଣ୍ଡିଜ୍ ଶୃଙ୍ଖଳା ଆରମ୍ଭ ପୂର୍ବରୁ ଅଧିନାୟକ ବିରାଟ କୋହଲି ଏକାଧିକ ଖୁସି ମୁହୂର୍ତର ଭିଡିଓ ଜାରି କରିଛନ୍ତି। ବିବିଧ ଫର୍ମାଟ ବିଶିଷ୍ଟ ଶୃଙ୍ଖଳା ପୂର୍ବରୁ କୋହଲି ମୁମ୍ବାଇରେ ପ୍ରୋ କବାଡ଼ି ଲିଗ୍ ଏବଂ ଅନ୍ୟ ଏକ ବ୍ୟବସାୟିକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ‘ୱେଷ୍ଟଇଣ୍ଡିଜ୍ ଯିବା ପୂର୍ବରୁ ମୁଁ ଅସଲ ଖୁସି ପାଇଛି। ଆପଣମାନଙ୍କ ଭଲ ପାଇବା ଏବଂ ସମର୍ଥନ ମୋତେ ଚମତ୍କାର ଅନୁଭବ ଦେଇଛି’ ବୋଲି କୋହଲି ଏହି ଭିଡିଓର ଶିରୋନାମାରେ ଉଲ୍ଲେଖ କରିଛନ୍ତି। ଅଗଷ୍ଟ ୩ରୁ ସେପ୍ଟେମ୍ବର ୪ ମଧ୍ୟରେ ଭାରତ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୩ ଟ୍ବେଣ୍ଟି, ୩ ଦିନିକିଆ ଏବଂ ୨ ଟେଷ୍ଟ୍ ଖେଳିବାକୁ ଆମେରିକା ଗସ୍ତ କରିଛି। ଆମେରିକାରେ ପ୍ରଥମ ଦୁଇ ମ୍ୟାଚ୍ ଖେଳାଯିବା ପରେ ଅବଶିଷ୍ଟ ୬ଟି କାରବୀୟ ମାଟିରେ ଖେଳାଯିବ। ଏହି ଅବସରରେ ଭାରତ ମଧ୍ୟ ଟେଷ୍ଟ୍ ଚାମ୍ପିଅନସିପ୍ ଅଭିଯାନ ଆରମ୍ଭ କରିବ। ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ନେଇ ମୁଁ ଅଧିକ ଉଲ୍ଲସିତ, କାରଣ ଏଥି ପାଇଁ ଦଳରେ ଅଧିକ ଯୁବ ଖେଳାଳି ରହିଛନ୍ତି। ଆଇପିଏଲ୍ ସହିତ ଘରୋଇ କ୍ରିକେଟ୍ରେ ଭଲ ପ୍ରଦର୍ଶନ କରି ସେମାନେ ଭାରତୀୟ ଦଳକୁ ଆସିଥିବାରୁ ଦଳର ସମନ୍ବୟ ମଧ୍ୟ ଭଲ ରହିଛି ବୋଲି କୋହଲି କହିଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp