ସାଉଥମ୍ପଟନ୍: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ବିଶ୍ବକପ୍ ମ୍ୟାଚ୍ ପୂର୍ବରୁ ଭାରତକୁ ଶନିବାର ଏକ ବଡ଼ ଝଟ୍କା ଲାଗିଥିଲା। ସାଉଥମ୍ପଟନରେ ଅଭ୍ୟାସ କରୁଥିଲା ବେଳେ ଅଧିନାୟକ ବିରାଟ କୋହଲିଙ୍କ ଡାହାଣ ହାତ ବୁଢ଼ା ଆଙ୍ଗୁଠିରେ ଜୋରଦାର ଆଘାତ ଲାଗିଥିଲା। ଫଳରେ ଦଳୀୟ ଚିକିତ୍ସକ ପ୍ୟାଟ୍ରିକ୍ ଫରହତ ଦୀର୍ଘ ସମୟ ଧରି ନେଟ୍ସରେ ହିଁ ତାଙ୍କର ଚକିତ୍ସା କରିଥିଲେ। ତଥାପି କୋହଲି ଆଉ ଅଭ୍ୟାସ କରି ପାରି ନଥିଲେ। ଡ୍ରେସିଂ ରୁମକୁ ଯିବା ପରେ ଅଭ୍ୟାସ ଅଧିବେଶନର ଶେଷରେ ଅଙ୍ଗୁଳିକୁ ବରଫ ଭର୍ତି ଗିଲାସରେ ଭର୍ତି କରି ପଡ଼ିଆ ଭିତରକୁ ଆସିଥିଲେ କୋହଲି। ଏହି ଖବର ପଦାକୁ ଆସିବା ପରେ ଭାରତୀୟ ପ୍ରଶଂସକଙ୍କ ସହ କ୍ରିକେଟ୍ ବିଶେଜ୍ଞମାନେ ଚିନ୍ତିତ ହୋଇ ଯାଇଥିଲେ। ଅଭିଯାନ ଆରମ୍ଭ କରିବା ପୂର୍ବରୁ ଦଳର ମେରୁଦଣ୍ଡ କୋହଲି ଆହତ ହେବା ଭାରତ ପାଇଁ ବି ଶକ୍ତ ଧକ୍କା ମଧ୍ୟ ହୋଇଥାଆନ୍ତା। ତେବେ କୋହଲିଙ୍କ ଅଙ୍ଗୁଳିରେ ଆଘାତ ଲାଗିଥିଲେ ମଧ୍ୟ ସେ ଏବେ ସଂପୂର୍ଣ୍ଣ ସୁସ୍ଥ ବୋଲି ରବିବାର ଦଳୀୟ ଅଧିକାରୀମାନେ ସୂଚନା ଦେଇଥିଲେ। ଯାହା ଭାରତୀୟ ଦଳ ସହ କୋଟି କୋଟି କୋହଲି ପ୍ରେମୀଙ୍କୁ ଆଶ୍ବସ୍ତ କରିଛି। ଏହା ପୂର୍ବରୁ ଅଲରାଉଣ୍ଡର କେଦାର ଯାଦବଙ୍କ ଫିଟନେସକୁ ନେଇ ମଧ୍ୟ ଆଶଙ୍କା ଲାଗି ରହିଛି। ଅନ୍ୟତମ ଯୁବ ତାରକା ବିଜୟ ଶଙ୍କର ମଧ୍ୟ କହୁଣୀ ଆଘାତ ଲାଗି ନ୍ୟୁଜିଲାଣ୍ଡ ବିପକ୍ଷ ଅଭ୍ୟାସ ମ୍ୟାଚ୍ ଖେଳି ପାରି ନଥିଲେ।
କୋହଲିଙ୍କ ବୁଢ଼ା ଆଙ୍ଗୁଠିରେ ଆଘାତ
/sambad/media/post_attachments/wp-content/uploads/2019/03/kohali.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)