କୋହଲିଙ୍କୁ ମିଳିଲା ଟେଷ୍ଟ୍‍ ଗଦା

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଗସ୍ତ ଶେଷ ହେବା ସହିତ ଭାରତୀୟ ଦଳ ଅଧିନାୟକ ବିରାଟ କୋହଲିଙ୍କୁ ମଧ୍ୟ ଟେଷ୍ଟ୍‍ କ୍ରିକେଟ୍‌ର ସର୍ବୋଚ୍ଚ ସମ୍ମାନ ଆଇସିସି ଗଦା ମିଳିଛି। ଶନିବାର ଟେ୍ଵଣ୍ଟି-୨୦ ଶୃଙ୍ଖଳା ଶେଷ ହେବା ମାତ୍ରେ ଆଇସିସି ପକ୍ଷରୁ ହଲ୍‌ ଅଫ୍‌ ଫେମ୍‌ ବିଜେତା ସୁନୀଲ ଗାଭାସ୍କର ଏବଂ ଗ୍ରେମ୍‌ ପୋଲକ୍‌ ଏହି ଗଦା ପ୍ରଦାନ କରିଥିଲେ। ଗତ ମାସରେ ଜୋହାନେସ୍‌ବର୍ଗ ଟେଷ୍ଟ୍‍ ଜିତିବା ପରେ ଭାରତ ଆଇସିସି ଟେଷ୍ଟ ପ୍ରତିଯୋଗିତାର ଶୀର୍ଷ ମାନ୍ୟତାକୁ ଧାର୍ଯ୍ୟ ତାରିଖ ଏପ୍ରିଲ୍‌ ୩ ପର୍ଯ୍ୟନ୍ତ ସୁରକ୍ଷିତ ରଖିଥିବାରୁ ୧ କୋଟି ଡଲାର୍‌ ପୁରସ୍କାର ରାଶି ମଧ୍ୟ ପାଇବା ନିଶ୍ଚିତ କରିଥିଲା। ଲଗାତାର ଦ୍ୱିତୀୟ ବର୍ଷ ପାଇଁ ଭାରତ ଏହି ଗୌରବ ପାଇଛି। ୨୦୦୨ ମସିହାରେ ଏହି ଅଭିଯାନ ଆରମ୍ଭ ହେବା ପରଠାରୁ କୋହଲି ଦଶମ ଅଧିନାୟକ ଭାବେ ଏହି ଗଦାର ସ୍ପର୍ଶ ପାଇଛନ୍ତି।

ସମ୍ବନ୍ଧିତ ଖବର