ନୂଆଦିଲ୍ଲୀ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଗୋଟିଏ ଦିନରେ ଦୁଇଟି ମ୍ୟାଚ୍ ଖେଳିବା ନେଇ ଚାଲିଥିବା ଦ୍ୱନ୍ଦ୍ୱ ଦୂର ହୋଇଛି। ସେ ସରେ ସହ କାଉଣ୍ଟି ମ୍ୟାଚ୍ ଖେଳିବାର ଚୁକ୍ତିକୁ ସମ୍ମାନ ଜଣାଇ ଆୟର୍ଲାଣ୍ଡ୍ ବିପକ୍ଷ ପ୍ରଥମ ଟେ୍ଵଣ୍ଟି-୨୦ରୁ ଓହରି ଯାଇଛନ୍ତି। ମଙ୍ଗଳବାର ବିସିସିଆଇ ଜୁନ୍ ୨୭ ଓ ୨୯ ତାରିଖରେ ଖେଳାଯିବାକୁ ଥିବା ଆୟର୍ଲାଣ୍ଡ୍ ବିପକ୍ଷ ଦୁଇଟି ଟେ୍ଵଣ୍ଟି-୨୦ ମ୍ୟାଚ୍ ପାଇଁ ଦଳ ଘୋଷଣା କରିଥିଲା। ସେଥିରେ ବିରାଟଙ୍କୁ ଦଳର ନେତୃତ୍ୱ ଭାର ଦେଇଥିଲା। କିନ୍ତୁ କେହଲିଙ୍କ କାଉଣ୍ଟି ଦଳ ସରେ ପୂରା ଜୁନ୍ ମାସରେ ତାଙ୍କୁ ଖେଳିବା ପାଇଁ ଚୁକ୍ତି କରିଥିଲା। ଫଳରେ ସରେର ସୂଚୀ ଅନୁଯାୟୀ ଜୁନ୍ ୨୫ରୁ ୨୮ ତାରିଖ ପର୍ଯ୍ୟନ୍ତ ସ୍କାରବର୍ଗଠାରେ ୟର୍କସାୟାର ବିପକ୍ଷରେ କୋହଲି ମ୍ୟାଚ୍ ଖେଳିବା କଥା। ଏପରିସ୍ଥଳେ ଉଭୟ ଆୟର୍ଲାଣ୍ଡ୍ ଟେ୍ଵଣ୍ଟି-୨୦ ଏବଂ କାଉଣ୍ଟି ମ୍ୟାଚ୍ କିିପରି ଗୋଟିଏ ଦିନ (୨୭ ଜୁନ୍)ରେ ଖେଳିବେ କୋହଲି ଚିନ୍ତାରେ ପଡ଼ିଥିଲେ। ଶେଷରେ ସରେ ଚୁକ୍ତିକୁ ସମ୍ମାନ ଜଣାଇ ଆୟର୍ଲାଣ୍ଡ୍ ବିପକ୍ଷ ପ୍ରଥମ ଟେ୍ଵଣ୍ଟି-୨୦ରୁ ଓହରି କୋହଲି ଏହି ଦ୍ୱନ୍ଦ୍ୱର ଅବସାନ ଘଟାଇଛନ୍ତି। ତେଣୁ କୋହଲିଙ୍କ ଅନୁପସ୍ଥିତିରେ ପ୍ରଥମ ଟେ୍ଵଣ୍ଟି-୨୦ରେ ଭାରତୀୟ ଦଳର ନେତୃତ୍ୱ ରୋହିତ ଶର୍ମା ନେବେ। ତେବେ କୋହଲି ଆୟର୍ଲାଣ୍ଡ୍ ବିପକ୍ଷ ଦ୍ୱିତୀୟ ଟେ୍ଵଣ୍ଟି ବେଳକୁ ଭାରତୀୟ ଦଳ ସହ ଯୋଗ ଦେବେ।
ଆୟର୍ଲାଣ୍ଡ୍ ବିପକ୍ଷ ପ୍ରଥମ ଟେ୍ଵଣ୍ଟି-୨୦ ଖେଳିବେନି କୋହଲି
ଦ୍ୱନ୍ଦ୍ୱ ଦୂର ହେଲା
/sambad/media/post_attachments/wp-content/uploads/2018/05/virat-kohli-afp_806x605_51511008361.jpg)