କୋହଲିଙ୍କୁ ଇଂଲଣ୍ଡରେ ରନ୍‌ କରି ଦେଖାଇବାକୁ ପଡ଼ିବ: ମ୍ୟାକ୍‌ଗ୍ରା

ଚେନ୍ନାଇ: ଇଂଲଣ୍ଡ ମାଟିରେ ବି ବିରାଟ କୋହଲି ରନ୍‌ କରିପାରିବେ। ଏହା କରି ଦେଖାଇବାକୁ ପଡ଼ିବ ବୋଲି କହିଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲର ଗ୍ଳେନ୍‌ ମ୍ୟାକ୍‌ଗ୍ରା। ଏହା ପରୋକ୍ଷରେ କୋହଲିଙ୍କ ଉପରେ ଚାପ ପକାଇଛି ଏବଂ ଆହ୍ଵାନ ଭଳି ହୋଇଛି। ବିରାଟ କୋହଲି ସବୁଠି ଭଲ କରିଛନ୍ତି, ଇଂଲଣ୍ଡରେ କିଛି କରିନଥିବାରୁ ଏଥର ବଦଳାଇବାକୁ ବ୍ୟଗ୍ର। ସେ ଜଣେ ଉଚ୍ଚଶ୍ରେଣୀୟ ଖେଳାଳି ହୋଇଥିବାରୁ ଇଂଲଣ୍ଡ ମାଟିରେ ତାଙ୍କୁ ପ୍ରମାଣିତ କରିବାକୁ ପଡ଼ିବ ବୋଲି ମ୍ୟାକ୍‌ଗ୍ରା କହିଛନ୍ତି। ଏହି ଟେଷ୍ଟ୍‍ ଶୃଙ୍ଖଳା ନିଶ୍ଚିତ ମଜାଦାର ହେବ ବୋଲି ସମ୍ପ୍ରତି ଚେନ୍ନାଇସ୍ଥିତ ଏମ୍‌ଆରଏଫ୍‌ ପେସ୍‌ ଫାଉଣ୍ଡେସନ୍‌ର ନିର୍ଦେଶକ ଥିବା ମ୍ୟାକଗ୍ରା ପ୍ରକାଶ କରିଛନ୍ତି। ଭାରତ ବ୍ୟାଟିଂ ପାଇଁ ଭଲ, କିନ୍ତୁ ଦଳର ବୋଲିଂ ଏବେ ଭଲ କରୁଥିବାରୁ କୋହଲିଙ୍କ ପାଇଁ ସୁଯୋଗ ରହିଛି ବୋଲି ମ୍ୟାକଗ୍ରା କହିଛନ୍ତି।

ସମ୍ବନ୍ଧିତ ଖବର