ଜୋହାନେସବର୍ଗ: ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟ ପୂର୍ବରୁ ଜୋହାନେସବର୍ଗର ଓ୍ଵାଣ୍ଡରର୍ସ ଷ୍ଟାଡିୟମରେ ଅଭ୍ୟାସ କରୁଥିବା ଭାରତୀୟ କ୍ରିକେଟ୍ ଦଳକୁ ସେଠାକାର ଦୁଇ ଜଣ ଯୁବ ବୋଲର ଘାଇଲା କରିଛନ୍ତି। ଯାଆଁଳା ଭାଇ ଡୁଆନ ଏବଂ ମାକରେ ଜାଁସନ୍ ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟାଙ୍କୁ ପାଣି ପିଆଇ ଦେଇଥିଲେ। ଏହି ଦୁଇ ୧୭ ବର୍ଷୀୟ ଭାଇ କ୍ରିକେଟ୍ ଦକ୍ଷିଣ ଆଫ୍ରିକା ତରଫରୁ ଭାରତୀୟ ଖେଳାଳିଙ୍କ ପାଇଁ ନେଟ୍ ବୋଲରର କାର୍ଯ୍ୟ କରୁଛନ୍ତି। ଦୁଇ ଜଣ ଯାକ ୧୫୦ କିଲୋମିଟର ବେଗରେ ବୋଲିଂ କରୁଥିଲା ବେଳେ କୋହଲି ସେମାନଙ୍କୁ ସମ୍ମୁଖୀନ ହେବାରେ ନାହିଁ ନଥିବା ଅସୁବିଧାର ଭୋଗିଥିଲେ। ଅନ୍ୟ ପକ୍ଷରେ ବଡ ସଟ୍ ଖେଳିବାରେ ଧୁରନ୍ଧର ରୋହିତ ଶର୍ମା ଏବଂ ହାର୍ଦିକ ପାଣ୍ଡ୍ୟା ବୋଲ୍ଡ ହୋଇ ଯାଇଥିଲେ। ରବିବାର ଏବଂ ସୋମବାର ଦୁଇ ଦିନ ଧରି ଡୁଆନ ଏବଂ ମାକର ଭାରତୀୟ ଖେଳାଳିଙ୍କୁ ବୋଲିଂ କରିଥିଲେ। ଆସନ୍ତା ସମୟରେ ଦୁଇ ଭାଇ ଦକ୍ଷିଣ ଆଫ୍ରିକା ଦଳର ପ୍ରତିନିଧିତ୍ୱ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ଅଭ୍ୟାସ ପରେ ଭାରତୀୟ ଖେଳାଳିମାନେ ସେମାନଙ୍କର ପ୍ରଶଂସା କରିଥିଲେ। ସେହିଭଳି ଦୁଇ ଭାଇଙ୍କ ସହ ଖୁସିରେ ଫଟୋ ଉଠାଇଥିଲେ। ଏପରିକି କୋହଲିଙ୍କ ସହ ଉଠାଇଥିବା ଫଟୋକୁ ଡୁଆନ୍ ଓ ମାକର ସାମାଜିକ ଗଣମାଧ୍ୟମରେ ବି ପ୍ରକାଶ କରିଥିଲେ।
ଯାଆଁଳା ଭାଇଙ୍କ ବଲ୍ରେ କୋହଲି-ପାଣ୍ଡ୍ୟା ଘାଇଲା
/sambad/media/post_attachments/wp-content/uploads/2018/01/virat-kohli-hardik-pandya_26c8796a-c.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)