ନୂଆଦିଲ୍ଲୀ: ଭାରତରେ ହେଉଥିବା ଦିନିକିଆ ବିଶ୍ବକପ୍‌ର ଚାହିଦା ବହୁତ ବେଶୀ। ତେଣୁ ପ୍ରତ୍ୟେକ ଖେଳାଳି କିମ୍ବା ବିଶ୍ବକପ୍‌ ସହ ଜଡ଼ିତ ଥିବା ବ୍ୟକ୍ତିଙ୍କ ମାଧ୍ୟମରେ ଟିକେଟ୍‌ କିମ୍ବା ପାସ୍‌ ପାଇବା ପାଇଁ ତାଙ୍କ ବନ୍ଧୁ, ପରିବାର ଲୋକେ ଆଶା ରଖିଥାନ୍ତି। ହେଲେ ଏଭଳି ଚାହିଦା ଥିବା ପ୍ରତିଯୋଗିତା ସମୟରେ କୌଣସି ବନ୍ଧୁ ତାଙ୍କୁ ଟିକେଟ୍‌ ପାଇଁ ଅନୁରୋଧ ନକରନ୍ତୁ ବୋଲି କୋହଲି ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ଏହା ପରିବର୍ତ୍ତେ ସମସ୍ତେ ଘରେ ରହି ଟେଲିଭିଜନ୍‌ରେ ଖେଳ ଉପଭୋଗ କରିବାକୁ ସେ ପରାମର୍ଶ ଦେଇଛନ୍ତି। ତାଙ୍କର ଏହି ପୋଷ୍ଟ ଉପରେ ପତ୍ନୀ ଅନୁଷ୍କା ଶର୍ମା ମଧ୍ୟ ଦୁଇ ଧାଡ଼ି ଯୋଡ଼ିଛନ୍ତି। ଯଦି ‌କାହାର ମେସେଜ୍‌ର ଉତ୍ତର ଦିଆଯାଇ ନପାରିଲା, ତାହେଲେ ମୋତେ ଅନୁରୋଧ ନକରିବାକୁ ଅନୁଷ୍କା ଲେଖିଛନ୍ତି।