ଆଇପିଏଲ୍‌ରେ ୫ହଜାର ରନ୍‌ ଛୁଇଁବା ପରେ କୋହଲି ଓ ଡି’ଭିଲିୟର୍ସଙ୍କୁ ବାସନ୍ଦ କରାଯାଉ: ରାହୁଲ

ନୂଆଦିଲ୍ଲୀ: ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରର ଦୁଇ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଓ ଏବି ଡି’ଭିଲିୟର୍ସ ଆଇପିଏଲ୍‌ରେ ୫୦୦୦ ରନ୍‌ ପୂରଣ କରିବା ମାନେ ଯଥେଷ୍ଟ ଅଧିକ ହୋଇଗଲା। ‌ତେଣୁ ଉଭୟ କୋହଲି ଓ ଡି’ଭିଲିୟର୍ସଙ୍କୁ ଆଗାମୀ ବର୍ଷଠୁ ବାସନ୍ଦ କରାଯାଉ ବୋଲି ମଜାଳିଆ ଢଙ୍ଗରେ କହିଛନ୍ତି କିଙ୍ଗ୍ସ ଏକାଦଶ ପଞ୍ଜାବ ଅଧିନାୟକ କେଏଲ୍‌ ରାହୁଲ।
ବୁଧବାର ଇନ୍‌ଷ୍ଟାଗ୍ରାମରେ ହୋଇଥିବା ଏକ ଆଲୋଚନାରେ କୋହଲି ଯେତେବେଳେ ରାହୁଲଙ୍କୁ ଟ୍ବେଣ୍ଟି-୨୦ କିମ୍ବା ଆଇପିଏଲ୍‌ରେ କୌଣସି ନିୟମକୁ ପରିବର୍ତ୍ତନ କରିବାକୁ ଚାହାଁନ୍ତି ବୋଲି ପଚାରିଥିଲେ, ସେତେବେଳେ ପ୍ରତି ଉତ୍ତରରେ ରାହୁଲ କହିଥିଲେ ଯେ ଆସନ୍ତା ବର୍ଷଠୁ କୋହଲି ଓ ଡି’ଭିଲିୟର୍ସଙ୍କୁ ବାସନ୍ଦ କରିବାକୁ ଆଇପିଏଲ୍‌ ଆୟୋଜକଙ୍କୁ ଅନୁରୋଧ କରିବାକୁ ଚାହିଁବି। ଯେତେବେଳେ ତୁମେ ଏକ ନିର୍ଦିଷ୍ଟ ପରିମାଣର ରନ୍‌ ସ˚ଗ୍ରହ କରିସାରିଛ, ସେତେବେଳେ ଲୋକମାନେ ଏହାକୁ ଯଥେଷ୍ଟ ବୋଲି କହିବେ ଏବ˚ ୫୦୦୦ ରନ୍‌ ଛୁଇଁ ସାରିଲା ପରେ ଏବେ ଅନ୍ୟମାନଙ୍କୁ ଏଥିପାଇଁ ବାଟ ଛାଡ଼ିବା ଉଚିତ ବୋଲି ରାହୁଲ କହିଛନ୍ତି।

ସମ୍ବନ୍ଧିତ ଖବର