ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଯଦି ନିଜ ବୟସ ପ୍ରଭାବ ସହିତ ଆବଶ୍ୟକୀୟ ସାମାନ୍ୟ ସାଲିସ କରିନେବେ ତେବେ ବିଶ୍ବର ସବୁଠୁ ବିପଜ୍ଜନକ ବ୍ୟାଟ୍ସମ୍ୟାନ୍ ହୋଇପାରିବେ। ଏଭଳି ଉଲ୍ଲେଖନୀୟ ଟିପ୍ପଣୀ ଦେଇଛନ୍ତି ଭାରତକୁ ୧୯୮୩ରେ ଅପ୍ରତ୍ୟାଶିତ ଭାବେ ବିଶ୍ବକପ୍ ବିଜେତା କରାଇଥିବା ପୂର୍ବତନ ଅଧିନାୟକ କପିଳ ଦେବ। ବରିଷ୍ଠ କ୍ରୀଡ଼ା ସାମ୍ବାଦିକ ଆୟାଜ ମେନନଙ୍କ ସହ ଶୁକ୍ରବାର ଆଲୋଚନା ବେଳେ କିଂବଦନ୍ତି ଅଲରାଉଣ୍ଡର୍ କପିଳଦେବ ଏଭଳି କହିଛନ୍ତି। କୋହଲି ନିଜ ଖେଳ ଜୀବନର ଏଭଳି ସମୟରେ ପହଞ୍ଚିଯାଇଛନ୍ତି ଯେ ସେ ଏବେ ଭୟଙ୍କର ବ୍ୟାଟ୍ସମ୍ୟାନ୍ ହୋଇପାରିବେ। ବୟସ ବଢ଼ିବା ସହ ଦୃଷ୍ଟିଶକ୍ତି ଦୁର୍ବଳତାକୁ ଦୂର କରିବା ଲାଗି ତାଙ୍କୁ କିଛି ସାଲିସ୍ କରିବାକୁ ପଡ଼ିବ। ବିରାଟ କୋହଲି ଏବଂ ଷ୍ଟିଭେନ୍ ସ୍ମିଥ୍ଙ୍କ ଉପରେ ନଜର ପକାଇଲେ ସେମାନେ ଗୋଟିଏ ନୌକାରେ ଅଛନ୍ତି। ସ୍ମିଥଙ୍କ ଦୃଷ୍ଟିଶକ୍ତି କମିଲାଣି। ଉଭୟ ଲେଗ୍ସାଇଡରେ ଖେଳିବାକୁ ପସନ୍ଦ କରିଥାନ୍ତି। ତେଣୁ ଏମାନେ ଏଲ୍ବିଡ୍ବୁଲ୍ୟ ହେବା ଆଶଙ୍କା ଅଧିକ ଥାଏ। ୨୮ରୁ ୩୪ ବର୍ଷ ମଧ୍ୟରେ ନିଜ ଦୃଷ୍ଟିଶକ୍ତିକୁ ସଠିକ୍ ଭାବେ ଜମାଇନେବାର ଶ୍ରେଷ୍ଠ ସମୟ ବୋଲି କପିଳ ଦେବ କହିଥିଲେ। ଅତୀତରେ ବୟସ ପ୍ରଭାବ କାରଣରୁ ବୀରେନ୍ଦ୍ର ସେହବାଗ ଏବଂ ରାହୁଲ ଦ୍ରାବିଡ଼ଙ୍କ ଭଳି ଖେଳାଳି ବିଫଳ ହୋଇଥିଲେ। କୋହଲି ଯଦି ନିଜ ଲେଗ୍ସାଇଡ୍ ସଟ୍କୁ କାଣ୍ଟଛାଣ୍ଟ କରିବେ ଏବଂ ଅଧିକ ‘ଭି’ ଅଞ୍ଚଳରେ ଖେଳିବେ ତେବେ ଶ୍ରେଷ୍ଠ ବିବେଚିତ ହୋଇସାରିଥିବା ଏହି ବ୍ୟାଟ୍ସମ୍ୟାନ୍ ନିଶ୍ଚିତ ବିପଜ୍ଜନନକ ହୋଇପାରିବେ ବୋଲି କପିଳ ଦେବ କହିଛନ୍ତି।
କୋହଲିଙ୍କୁ ଲେଗ୍ସାଇଡ୍ ସଟ୍ କାଣ୍ଟଛାଣ୍ଟ କରିବାକୁ ହେବ: କପିଳ ଦେବ
/sambad/media/post_attachments/wp-content/uploads/2020/11/kapil-dev-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)