ଆଇପିଏଲ ୨୦୨୧: ୩ ଭାରତୀୟ ଖେଳାଳିଙ୍କ ପରେ ୟୁଏଇରେ ପହଞ୍ଚିଲେ ଆରସିବି ହିରୋ କୋହଲି-ସିରାଜ

ନୂଆଦିଲ୍ଲୀ: ଭାରତ-ଇଂଲଣ୍ଡ ଟେଷ୍ଟ ବାତିଲ ହେବା ପରେ ଆରମ୍ଭ ହୋଇଛି ଆଇପିଏଲ ପ୍ରସ୍ତୁତି । ଆଇପିଏଲ ୨୦୨୧ର ବାକି ଥିବା ମ୍ୟାଚର ପ୍ରସ୍ତୁତି ଆରମ୍ଭ କରିଛି ବିସିସିଆଇ । ଏହି ସବୁ ମ୍ୟାଚ ୟୁଏଇରେ ଅନୁଷ୍ଠିତ ହେବ । ସେଥିପାଇଁ ଆଜି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ବିରାଟ କୋହଲି ଓ ପେସ ବୋଲର ମହମ୍ମଦ ସିରାଜ ୟୁଏଇରେ ପହଞ୍ଚିଛନ୍ତି । ସେହିପରି ଇଂଲଣ୍ଡରେ ଥିବା ଭାରତ ଓ ଇଂଲଣ୍ଡ ଖେଳାଳିଙ୍କୁ ୟୁଏଇ ଆଣିବାକୁ ପ୍ରସ୍ତୁତି କରୁଛନ୍ତି ଫ୍ରାଞ୍ଚାଇଜ ।

ଶନିବାର ଦିନ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମା, ଯଶପ୍ରୀତ ବୁମରାହ, ସୂର୍ଯ୍ୟକୁମାର ଯାଦବ ୟୁଏଇରେ ପହଞ୍ଚିସାରିଛନ୍ତି । ସେହିପରି ଆଇପିଏଲ ପାଇଁ ଅନ୍ୟ ଦଳର ଖେଳାଳିମାନେ ମଧ୍ୟ ୟୁଏଇ ଯିବାକୁ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି । ସେପ୍ଟେମ୍ବର ୧୯ ତାରିଖରେ ପ୍ରଥମ ମ୍ୟାଚ ମୁମ୍ବାଇ ଓ ଚେନ୍ନାଇ ମଧ୍ୟରେ ହେବାକୁ ଥିବା ବେଳେ ବାଙ୍ଗାଲୋର ଓ କୋଲକାତା ମଧ୍ୟରେ ସେପ୍ଟେମ୍ବର ୨୦ରେ ମ୍ୟାଚ ଅନୁଷ୍ଠିତ ହେବ ।

ସମ୍ବନ୍ଧିତ ଖବର