ଆଧୁନିକ କ୍ରିକେଟ୍ର ଦୁଇ ମହାନ ତାରକା ବିରାଟ କୋହଲି ଏବଂ ଜେମ୍ସ ଆଣ୍ଡରସନ୍ ସମ୍ଭବତଃ ଶେଷ ଥର ପାଇଁ ଏହି ମ୍ୟାଚ୍ରେ ମୁହାଁମୁହିଁ ହେବେ। ଅତୀତରେ ଏହି ଦୁଇ ଜଣଙ୍କ ମଧ୍ୟରେ ବେଶ୍ ରୋଚକ ମୁକାବିଲା ଦେଖିବାକୁ ମିଳିଥିଲା ବେଳେ ଏଥର ବି ଏହି ଧାରା ଜାରି ରହିବ ବୋଲି ଉଭୟଙ୍କ ପ୍ରଶଂସକ ଆଶା ରଖିଛନ୍ତି। ୩୯ ବର୍ଷୀୟ ଆଣ୍ଡରସନ୍ ଯୁବ ତାରକା ଜାମି ଏଭରଟନଙ୍କ ସ୍ଥାନରେ ବର୍ମିହାମ ମ୍ୟାଚ୍ରେ ଖେଳିବାର ସୁଯୋଗ ପାଇଛନ୍ତି। ଅନ୍ୟପକ୍ଷରେ ଇଂଲଣ୍ଡ ବିପକ୍ଷ ଗତ ଚାରିଟି ଟେଷ୍ଟ୍ରେ ଅଧିନାୟକ ଭାବେ ଖେଳିଥିବା କୋହଲି ଏବେ ସାଧାରଣ ଖେଳାଳି ଭାବେ ଖେଳିବେ। ଶେଷ ଥର ପାଇଁ କୋହଲି ୨୦୧୯ ଡିସେମ୍ବରରେ ଶତକ ଅର୍ଜନ କରିଥିଲେ। ଏହି ମ୍ୟାଚ୍ରେ ଗତ ୩ ବର୍ଷର ଶତକ ମରୁଡ଼ିକୁ ଦୂର କରିବାକୁ ଚେଷ୍ଟା କରିବେ।
କୋହଲି-ଆଣ୍ଡରସନ୍ ଶେଷ ମୁକାବିଲା
/sambad/media/post_attachments/wp-content/uploads/2022/07/fhfs4h65fs465h456hffsh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)