ନୂଆଦିଲ୍ଲୀ : ସଙ୍ଗରୋଧରେ ଆପଣ କ'ଣ କରୁଥିଲେ, ସବୁଠାରୁ ଉଲ୍ଲେଖନୀୟ କାହାଣିଟି କ'ଣ। ଏହାର ଚଟାପଟ୍ ଉତ୍ତରରେ ବିରାଟ କୋହଲି କହିଛନ୍ତି 'ଅନୁଷ୍କାଙ୍କ ଜନ୍ମଦିନରେ ଜୀବନରେ ପ୍ରଥମ ଥର ପାଇଁ କେକ୍ ସେକିଥିଲି। ଏହା ମୋ ପାଇଁ ଉଲ୍ଲେଖନୀୟ କାହାଣି କାରଣ ମୁଁ ଆଗରୁ କେବେ ଏଭଳି କରିନଥିଲି'। ସାଥୀ ଖେଳାଳି ମୟଙ୍କ ଅଗ୍ରୱାଲଙ୍କ ସହିତ ଏକ ଚାଟ ସୋ 'ଓପନ୍ ନେଟ୍ସ ୱିଥ୍ ମୟଙ୍କ'ରେ ମୟଙ୍କଙ୍କ ପ୍ରଶ୍ନ ବେଳେ ଏଭଳି ଉତ୍ତର ରଖିଥିଲେ କୋହଲି। ପ୍ରଥମ ପ୍ରୟାସରେ ମୁଁ ଭଲ କରିଥିଲି ଏବଂ ଅନୁଷ୍କା ଏହାକୁ ପସନ୍ଦ କରିଥିଲେ, ଯାହାକି ଅତି ସ୍ବତନ୍ତ୍ର ଥିଲା' ବୋଲି କୋହଲି ପ୍ରକାଶ କରିଥିଲେ। ଗତ ଏପ୍ରିଲ୍ ମାସରେ ଇଂଲଣ୍ଡର ପୂର୍ବତନ ଅଧିନାୟକ କେଭିନ୍ ପିଟରସନ୍ଙ୍କ ସହିତ ଏକ ଇନ୍ଷ୍ଟାଗ୍ରାମ ଲାଇଭ୍ ସୋ'ରେ ମଧ୍ୟ କୋହଲି କହିଥିଲେ ଲକ୍ଡାଉନ୍ ସମୟକୁ ସେ ପତ୍ନୀ ଅନୁଷ୍କାଙ୍କ ସହ ଘରେ ବିତାଉଛନ୍ତି। 'ଆମେ ଘରେ ଅଛୁ, ଏହା ନିଶ୍ଚିତ କଷ୍ଟକର, ତୀବ୍ର ହୋଇଛି। ଲୋକମାନେ ଏବେ ବଡ଼ କଠୋର ସମୟ ଦେଇ ଗତି କରୁଛନ୍ତି, ଏହା ଦେଖିବା ମଧ୍ୟ କଷ୍ଟକର। ଆମେ ଭାଗ୍ୟବାନ ଯେ ସମୟ ପାଉଛୁ ଏବଂ ବିବାହ ପରେ ଏତେଦିନ ଏକାଠି ରହିବାର ସୁଯୋଗ ପାଇଛୁ। ଆମକୁ ମଧ୍ୟ ସକାରାତ୍ମକ ଓ ସକର୍ତ ରହିବାକୁ ପଡ଼ିବ। ବଡ଼ ବିଚିତ୍ର ସମୟ ଆସିଛି' ବୋଲି କୋହଲି ପ୍ରକାଶ କରିଥିଲେ।
ଅନୁଷ୍କାଙ୍କ ଜନ୍ମଦିନରେ କେକ୍ ସେକିଥିଲେ କୋହଲି
/sambad/media/post_attachments/wp-content/uploads/2020/07/virat-anushka-m.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)