ଭାରତର ସର୍ବାଧକ ମୂଲ୍ୟବାନ ସେଲିବ୍ରିଟିଙ୍କ ମଧ୍ୟରେ ଭାରତୀୟ କ୍ରିକେଟ୍ ତାରକା ବିରାଟ କୋହଲି ସବୁଠୁ ଆଗରେ ଅଛନ୍ତି। ଏ କ୍ଷେତ୍ରରେ ସେ ବଲିଉଡ୍ ବାଦ୍ଶାହ ଶାହରୁଖ ଖାନ୍ ଓ ରଣବୀର ସିଂହଙ୍କୁ ପଛରେ ପକାଇ ଦେଇଛନ୍ତି। କ୍ରୋଲ୍ର ସେଲିବ୍ରିଟି ବ୍ରାଣ୍ଡ ଭାଲ୍ୟୁଏସନ୍ ରିପୋର୍ଟ ୨୦୨୩ ଅନୁଯାୟୀ, କୋହଲିଙ୍କ ବ୍ରାଣ୍ଡରେ ୨୯ ପ୍ରତିଶତ ବୃଦ୍ଧି ହୋଇଛି। ଫଳରେ ତାଙ୍କ ବ୍ରାଣ୍ଡ ମୂଲ୍ୟ ୨୨୭.୯ ମିଲିଅନ୍ ଡଲାର (ପ୍ରାୟ ୧୯୦୬ କୋଟି ଟଙ୍କା)ରେ ପହଞ୍ଚିଯାଇଛି। ତାଙ୍କ ତୁଳନାରେ ରଣବୀର ସିଂହଙ୍କ ବ୍ରାଣ୍ଡ ମୂଲ୍ୟ ୨୦୩.୧ ମିଲିଅନ୍ ଡଲାର (ପ୍ରାୟ ୧୬୯୯ କୋଟି ଟଙ୍କା) ଦ୍ବିତୀୟ ଏବଂ ଶାହରୁଖ ୧୨୦.୭ ମିଲିଅନ୍ ଡଲାର (ପ୍ରାୟ ୧୦୦୯ କୋଟି ଟଙ୍କା) ତୃତୀୟ ସ୍ଥାନରେ ଅଛନ୍ତି। ଅକ୍ଷୟ କୁମାରଙ୍କ ବ୍ରାଣ୍ଡ ମୂଲ୍ୟ ୧୧୧.୭ ମିଲିଅନ୍ ଡଲାର (ପ୍ରାୟ ୯୩୫ କୋଟି ଟଙ୍କା)ରେ ପହଞ୍ଚିଥିବା ବେଳେ ସେ ଏହି ତାଲିକାର ଚତୁର୍ଥ ସ୍ଥାନରେ ଅଛନ୍ତି। ତାଙ୍କ ପଛକୁ ଆଲିଆ ଭଟ୍ଟ ୧୦୧.୧ (ପ୍ରାୟ ୮୪୬ କୋଟି ଟଙ୍କା) ମିଲିଅନ୍ ଡଲାର ସହ ପଞ୍ଚମ ସ୍ଥାନରେ ରହିଛନ୍ତି।
ବ୍ରାଣ୍ଡ ମୂଲ୍ୟରେ ଶାହରୁଖ, ରଣବୀରଙ୍କୁ ପଛରେ ପକାଇଲେ କୋହଲି
/sambad/media/post_attachments/wp-content/uploads/2024/07/fhsffhfhs.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)