କୋଲକାତା: ଭାରତୀୟ କ୍ରିକେଟ୍ ଟିମ୍ର ଅଧିନାୟକ ବିରାଟ କୋହଲି ଶୁକ୍ରବାର ପୁଣି ଏକ ରେକର୍ଡ ଅତିକ୍ରମ କରିଛନ୍ତି। କୋଲକାତାର ଇଡେନ ଗାର୍ଡେନରେ ଜାରି ଥିବା ପିଙ୍କ ଟେଷ୍ଟରେ ବାଂଲାଦେଶ ବିପକ୍ଷରେ ଅଧିନାୟକ ଭାବେ ୫୦୦୦ ରନ୍ ପୂରଣ କରି ସେ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି। କୋହଲିଙ୍କୁ ୫୦୦୦ ରନ୍ ପୂରଣ କରିବା ପାଇଁ ୩୨ ରନ୍ ଦରକାର ଥିଲା। ରିପୋର୍ଟ ଲେଖାଯିବା ବେଳକୁ କୋହଲି ୭୯ଟି ବଲ ସମ୍ମୁଖୀନ ହୋଇ ୫୧ରନ୍ କରିଛନ୍ତି।
ସୂଚନାଯୋଗ୍ୟ କୋହଲି ଅଧିନାୟକ ଭାବେ ଆଜି ୫୩ତମ ମ୍ୟାଚ୍ ଖେଳୁଛନ୍ତି। ଏହା ତାଙ୍କର ୮୬ତମ ଇନିଂସ। କୋହଲିଙ୍କ ପୂର୍ବରୁ ଦ୍ରୁତଗତିରେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ୫୦୦୦ ରନ୍ ପୂରଣ କରିଥିଲେ। କିନ୍ତୁ ପଣ୍ଟିଂ ୫୪ଟି ମ୍ୟାଚ୍ରେ ୯୭ତମ ଇନିଂସରେ ଏହି ଅଭିଜ୍ଞତା ହାସଲ କରିଥିଲେ।
Milestone Alert🚨: @imVkohli completes 5000 Test runs as #TeamIndia captain. @Paytm#PinkBallTest#INDvBANpic.twitter.com/fu7fozfoUu
— BCCI (@BCCI) November 22, 2019
ଅଧିନାୟକ ଭାବେ ଶତକ ହାସଲ କରିବା ମାମଲାରେ ପଣ୍ଟିଂ ସହ କୋହଲିଙ୍କ ରେକର୍ଡ ସମାନ ରହିଛି। ଉଭୟ ୧୯ଟି ଲେଖାଏଁ ଶତକ ହାସଲ କରିଛନ୍ତି। ମାତ୍ର ଦକ୍ଷିଣ ଆଫ୍ରିକାର ଅଧିନାୟକ ଗ୍ରେମ ସ୍ମିଥ ଅଧିନାୟକ ଭାବେ ୨୫ଟି ଶତକ ହାସଲ କରିଥିଲେ।
କୋହଲିଙ୍କ ବ୍ୟତୀତ ପିଙ୍କ ବଲ ଟେଷ୍ଟରେ ଈଶାନ୍ତ ଶର୍ମା ଆଜି ରେକର୍ଡ କରିଛନ୍ତି। ସେ ଏହି ଦିବାରାତ୍ର ଟେଷ୍ଟ ମ୍ୟାଚର ପ୍ରଥମ ପାଳିରେ ୫ଟି ଓ୍ଵିକେଟ ନେଇଛନ୍ତି। ବାଂଲାଦେଶ ପ୍ରଥମ ପାଳିରେ ୧୦୬ ରନ୍ରେ ଅଲଆଉଟ୍ ହେବାରେ ଈଶାନ୍ତ ବଡ଼ ଭୂମିକା ଗ୍ରହଣ କରିଛନ୍ତି।