କୋହଲି, ବୁମରାଙ୍କୁ ସିଏଟ୍ ପୁରସ୍କାର

ନୂଆଦିଲ୍ଲୀ: ବିରାଟ କୋହଲିଙ୍କ ଅନ୍ତର୍ଜାତୀୟ କ୍ରିକେଟ୍ ପୁରସ୍କାର ଅମଳ ଜାରି ରହିଛି। ଗତବର୍ଷ ଆଇସିସିର ୩ ସମ୍ମାନ (ଶ୍ରେଷ୍ଠ କ୍ରିକେଟର୍, ଶ୍ରେଷ୍ଠ ଟେଷ୍ଟ୍ ଏବଂ ଦିନିକିଆ ଖେଳାଳି) ପାଇଥିବା ଏହି ଭାରତୀୟ ଅଧିନାୟକ ମଙ୍ଗଳବାର ସିଏଟ ପୁରସ୍କାର ମଧ୍ୟରୁ ଦୁଇଟି ହାତେଇଛନ୍ତି। ଅନ୍ତର୍ଜାତୀୟ କ୍ରିକେଟର୍ ଏବଂ ଶ୍ରେଷ୍ଠ ବ୍ୟାଟସମ୍ୟାନ୍ ପୁରସ୍କାର ତାଙ୍କୁ ମିଳିଛି। ଯଶପ୍ରୀତ୍ ବୁମରାଙ୍କୁ ଶ୍ରେଷ୍ଠ ଅନ୍ତର୍ଜାତୀୟ ବୋଲର ପୁରସ୍କାର ସମ୍ମାନ ମିଳିଛି। ମହିନ୍ଦର ଅମରନାଥଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାର ମିଳିଛି। ଅନ୍ୟ ପୁରସ୍କାର ଗୁଡ଼ିକୁ ଚେତେଶ୍ବର ପୂଜାରା (ଟେଷ୍ଟ୍), ରୋହିତ ଶର୍ମା (ଦିନିକିଆ), ଅରୋନ୍‌ ଫିଞ୍ଚ୍ (ଟି-୨୦), କୁଲଦୀପ ଯାଦବ (ଉଲ୍ଲେଖନୀୟ), ରସିଦ୍ ଖାନ୍ (ଟି-୨୦ ବୋଲର), ଆଶୁତୋଷ ଅମନ (ଘରୋଇ କ୍ରିକେଟର୍‌), ସ୍ମୃତି ମନ୍ଧାନା (ମହିଳା କ୍ରିକେଟର୍‌), ଯଶସ୍ବୀ ଜୟସ୍ବାଲ (କନିଷ୍ଟ କ୍ରିକେଟର୍‌), ଶ୍ରୀରାମ ବୀରା ଓ ସ୍ନେହାଲ ପ୍ରଧାନ (କ୍ରିକେଟ୍‌ ସାମ୍ବାଦିକ), ସ୍ବର୍ଗତ ଅଜିତ୍ ୱାଦେକର (ସ୍ବତନ୍ତ୍ର ଶ୍ରଦ୍ଧାଞ୍ଜଳି) ହାସଲ କରିନେଇଛନ୍ତି।

ସମ୍ବନ୍ଧିତ ଖବର