ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ବ୍ୟାଟିଂ କିଂବଦନ୍ତି ବ୍ରାଏନ୍ ଲାରା ଏ ଯୁଗର ଶ୍ରେଷ୍ଠ ୫ ବୋଲର୍ ଓ ବ୍ୟାଟ୍ସମ୍ୟାନ୍ ଚୟନ କରିଛନ୍ତି। ଏହି ତାଲିକାରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଏବଂ ଦ୍ରୁତ ବୋଲର ଯଶପ୍ରୀତ୍ ବୁମରାଙ୍କୁ ସ୍ଥାନ ମିଳିଛି। ଲାରାଙ୍କ ବ୍ୟାଟିଂ ତାଲିକାରେ କୋହଲିଙ୍କ ସହିତ ନ୍ୟୁଜିଲାଣ୍ଡ୍ ଅଧିନାୟକ କେନ୍ ୱିଲିୟମସନ୍, ଇଂଲଣ୍ଡର ଜୋ ରୁଟ୍, ଦକ୍ଷିଣ ଆଫ୍ରିକାର ଏବି ଡି’ଭିଲିୟର୍ସ ଏବଂ ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ମିଥ୍ ରହିଛନ୍ତି। ବୋଲରଙ୍କ ମଧ୍ୟରେ ବୁମରାଙ୍କ ବ୍ୟତୀତ ଇଂଲଣ୍ଡର ଜୋଫ୍ରା ଆର୍ଚର, ଜେମ୍ସ ଆଣ୍ଡରସନ୍, ଦକ୍ଷିଣ ଆଫ୍ରିକାର କାଗିସୋ ରବାଦା ଏବଂ ଆଫଗାନିସ୍ତାନର ରସିଦ୍ ଖାନ୍ ରହିଛନ୍ତି। ଲାରା ମଧ୍ୟ ନିଜେ ଖେଳିଥିବା ବିପକ୍ଷ ଦଳର ୫ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ଓ ବୋଲର ଚୟନ କରିଛନ୍ତି। ଏହି ତାଲିକାର ବ୍ୟାଟିଂରେ ସଚିନ ତେନ୍ଦୁଲକର, ରିକି ପଣ୍ଟିଂ, ଜ୍ୟାକ୍ କାଲିସ୍, କୁମାର ସାଙ୍ଗାକାରା, ରାହୁଲ ଦ୍ରାବିଡ଼ ଏବଂ ବୋଲିଂ କ୍ରମରେ ୱାସିମ୍ ଆକ୍ରମ, ସେନ୍ ୱର୍ନ, ୱାକର୍ ୟୁନିସ୍, ମୁଥୟା ମୁରଲୀଧରନ ଏବଂ ଗ୍ଲେନ୍ ମ୍ୟାକ୍ସୱେଲ୍ ରହିଛନ୍ତି। ସେହିଭଳି ୱେଷ୍ଟଇଣ୍ଡିଜ୍ର ୫ ସର୍ବକାଳୀନ ଶ୍ରେଷ୍ଠ କ୍ରିକେଟର୍ ଭାବେ ଜର୍ଜ ହେଡଲେ, ଏଭର୍ଟନ ୱିକ୍ସ, ଗ୍ୟାରଫିଲ୍ଡ ସୋବର୍ସ, ଭିଭିଆନ୍ ରିଚାର୍ଡସ ଏବଂ ମାଲକମ୍ ମାର୍ସାଲଙ୍କୁ ବାଛିଛନ୍ତି। ସେହିଭଳି ନିଜ ସମୟର ଶ୍ରେଷ୍ଠ ୫ ୱେଷ୍ଟଇଣ୍ଡିଜ୍ ଖେଳାଳି ଭାବେ ସେ କର୍ଟନୀ ୱାଲ୍ସ, କର୍ଟଲି ଆମ୍ବ୍ରୋଜ୍, ଶିବନାରାୟଣ ଚନ୍ଦରପଲ, କାର୍ଲ ହୁପର୍ ଏବଂ କ୍ରିସ୍ ଗେଲ୍ଙ୍କୁ ବାଛିଛନ୍ତି।
କୋହଲି, ବୁମରାଙ୍କୁ ଏ ଯୁଗର ଶ୍ରେଷ୍ଠ କହିଲେ ଲାରା
/sambad/media/post_attachments/wp-content/uploads/2020/12/kohli-and-bumrah.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)