କୋହଲିଙ୍କ ପାଖରେ ସ୍ମିଥ୍‌ଙ୍କୁ ହଟାଇବାର ସୁଯୋଗ

ବର୍ମିଂହାମ,: ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ପାଖରେ ଆଇସିସି ଟେଷ୍ଟ୍‌ ମାନ୍ୟତାର ପ୍ରଥମ ସ୍ଥାନରେ ରହିଥିବା ଅଷ୍ଟ୍ରେଲିଆର ଷ୍ଟିଭେନ ସ୍ମିଥ୍‌ଙ୍କୁ ହଟାଇବାର ସୁଯୋଗ ରହିବ।  କେପଟାଉନ ଟେଷ୍ଟ୍‌ର ବଲ୍‌ ବିକୃତ ବିବାଦ ପାଇଁ ୧୨ ମାସର ବାସନ୍ଦାଦେଶ ଭୋଗୁଥିବା ସ୍ମିଥ୍‌ଙ୍କ ଠାରୁ କୋହଲି ସଂପ୍ରତି ମାତ୍ର ୨୬ ପଏଣ୍ଟ୍‌ ପଛରେ ଅଛନ୍ତି। ସେପଟେ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ କୋହଲିଙ୍କଠାରୁ ୪୮ ପଏଣ୍ଟ୍‌ ପଛରେ ରହି ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସ୍ମିଥ୍‌ ଏବେ ୯୨୯ ଏବଂ କୋହଲି ୯୦୩ ପଏଣ୍ଟ୍‌ରେ ଅଛନ୍ତି। ଜୋ ରୁଟ୍‌ ୮୫୫ ପଏଣ୍ଟ୍‌ ପାଇଛନ୍ତି। ବୋଲର ମାନ୍ୟତାର ରବୀନ୍ଦ୍ର ଜାଦେଜା (୮୬୬) ଦ୍ୱିତୀୟ ସ୍ଥାନରେ ଥିବା କିଗାସୋ ରବାଦା (୮୮୨)ଙ୍କୁ ଅତିକ୍ରମ କରି ପାରିବେ।

ସମ୍ବନ୍ଧିତ ଖବର